ହାତୀ ପଲଙ୍କ ଉପଦ୍ରବ khabar odisha :29/03/2024 Share story: ଛତିଶଗଡ ରାୟଗଡା ଜିଲ୍ଲାର ଜଙ୍ଗଲରେ ହାତୀ ମାନଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତକିଛି ଦିନ ହେବ ୭୨ ଟିକିଆ ହାତୀ ପଲ ବିଭିନ୍ନ ସ୍ଥାନରେ ଉପଦ୍ରବ କରୁଛନ୍ତି । ଏବଂ ଗାଁ ଭିତରେ ପଶି ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି । ସୂଚନା ଅନୁସାରେ ପ୍ରତିବର୍ଷ ଖରାଦିନେ ହାତୀମାନେ ରାୟଗଡା ଜିଲ୍ଲା ଜଙ୍ଗଲରେ ହାତୀମାନେ ଉପଦ୍ରବ କରୁଛନ୍ତି । ଏବଂ ଖାଦ୍ୟ ଅନ୍ୱେଷଣରେ ଅନେକ ସମୟରେ ହାତୀପଲ ଗାଁ ଭିତରେ ପଶୁଛନ୍ତି । ଏହାସହିତ ଅନେକ ଫସଲ ଓ ଘରଦ୍ୱାର ଭାଙ୍ଗି ନଷ୍ଟ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡନ୍ତି । ଆଉ ଏବେ ୭୨ ଟିକିଆ ହାତୀପଲ ଗାଁରେ ପଶି ୧୯ ଜଣ ଚାଷୀଙ୍କର ଫସଲ ନଷ୍ଟ କରିଦେଇଛନ୍ତି । ଯାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ହାତୀ ବୁଲୁଥିବା ସ୍ଥାନରେ ବର୍ତମାନ ଡ୍ରୋନ କ୍ୟାମେରା ଲଗାଯାଇଛି ଏବଂବନ କର୍ମଚାରୀମାନେ ହାତୀଙ୍କ ଉପରେ ନଜର ରଖିଛନ୍ତି । ଯାହ ଦ୍ୱାରା ସ୍ଥାନୀୟ ବାସିନ୍ଦା ସଚେତନ ହୋଇ ପାରୁଛନ୍ତି । elephant odisha rayagada Henilprava Swain, Author, 29/03/2024