ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ପୁରୀର ବାଲିସାହି, ରେଡ୍କ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହେଲେଣି ।୩୦ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ସୁସ୍ଥ ହୋଇଥିବା ସୂଚନା ମିଳିଛି।ବରାହୀ ଲେନ୍ରେ ଝାଡ଼ାବାନ୍ତିରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ଯାପୁଥିବା ଅନୁମାନ କରାଯାଉଛି।