ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟ । ବନ୍ୟଜନ୍ତୁଙ୍କ ଲାଗି ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କର ମୃତ୍ୟ ଘଟିଛି । ତେବେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ତାଳସାକର ଗ୍ରାମରେ । ଆଜି ସକାଳୁ ସକାଳୁ ଏ ପରି ଏକ ଦୁଃଖଦ ଖବର ଆସିଛି । ମୃତକ ଜଣଙ୍କ ହେଲେ ତାଳ ସାକର ଗ୍ରାମର ଅରୁଣ ନାୟକ ।
ସୂଚନା ଅନୁସାରେ, ଅରୁଣ କଲି ରାତିରେ ଚାଷ ଜମିରେ ପାଣି ମଡାଇବା ପାଇଁ ଯାଇଥିଲେ । ଏହି ସମୟରେ ବନ୍ୟା ଜନ୍ତୁଙ୍କ ଶିକାର ପାଇଁ ବିଛାଯାଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଅରୁଣ । ଅରୁଣ ଦୀର୍ଘ ସମୟ ଧରି ଘରକୁ ନ ଫେରିବା କାରଣରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ପରେ ଚାଷଜମି ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ। ବୁଗୁଡ଼ା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ କରୁଛି।
ଅଧିକା ପଢନ୍ତୁ: ବଜ୍ରପାତରେ ଦୁଇ ଆହତ