ବିଶ୍ୱବ୍ୟାପୀ କରୋନା ପୁଣି ଉପର ମୁହାଁ; ୪୨ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା, ୧୯.୬୬ କୋଟି ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-42-2lakh-1966-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୨୯ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ବିଶ୍ୱସ୍ତରରେ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୩୮ ହଜାର ୧୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୮୭୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୬୬ ଲକ୍ଷ ୨୦ ହଜାର ୩୭୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୨ ହଜାର ୫୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୮୦ ଲକ୍ଷ ୭୧ ହଜାର ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୩ ଲକ୍ଷ ୪୬ ହଜାର ୮୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୬ହଜାର ୪୭୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୪ ଲକ୍ଷ ୬୯ ହଜାର ୨୧୫କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୮ ହଜାର ୫୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୬ ଲକ୍ଷ ୧ ହଜାର ୨୩୦ ଲୋକ ସୁସ୍ଥ ହୋଇଥିବା ବେଳେ ୫୨ ଲକ୍ଷ ୩୯ ହଜାର ୯୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୯୭୪ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୭ଲକ୍ଷ ୯୭ହଜାର ୫୧୬ ସଂକ୍ରମିତ, ୫ଲକ୍ଷ ୫୩ ହଜାର ୨୭୨ମୃତ

ଋଷିଆ: ୬୧ ଲକ୍ଷ ୯୫ ହଜାର ୨୩୨ ସଂକ୍ରମିତ, ୧ଲକ୍ଷ ୫୬ ହଜାର ୧୭୮ ମୃତ 

ଫ୍ରାନ୍ସ: ୬୦ ଲକ୍ଷ ୫୪ ହଜାର ୪୯ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୭୩୫ ମୃତ 

ୟୁକେ: ୫୭ ଲକ୍ଷ ୭୦ ହଜାର ୯୨୮ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୪୩୦ ମୃତ 

ତୁର୍କୀ: ୫୬ ଲକ୍ଷ ୬୦ ହଜାର ୪୬୯ ସଂକ୍ରମିତ, ୫୧ ହଜାର ୧୨୪ ମୃତ

ଆର୍ଜେଣ୍ଟିନା: ୪୮ ଲକ୍ଷ ୯୧ ହଜାର ୮୧୦ ସଂକ୍ରମିତ, ୧ ଲକ୍ଷ ୪ ହଜାର ୮୨୨ମୃତ

କଲୋମ୍ବିଆ: ୪୭ ଲକ୍ଷ ୫୭ ହଜାର ୧୩୯ ସଂକ୍ରମିତ, ୧ ଲକ୍ଷ ୧୯ ହଜାର ୮୦୧ମୃତ 

ସ୍ପେନ: ୪୩ ଲକ୍ଷ ୯୫ ହଜାର ୬୦୨ ସଂକ୍ରମିତ, ୮୧ ହଜାର ୩୯୬ ମୃତ

ଇଟାଲି: ୪୩ ଲକ୍ଷ ୩୦ହଜାର ୭୩୯ ସଂକ୍ରମିତ, ୧ଲକ୍ଷ ୨୮ ହଜାର ୧୦ମୃତ 

 

  • Tags:

Subscribe

National International State Sports Entertainment