କେବଳ ଆକ୍ସନ ନୁହେଁ, ଦମଦାର ସସପେନ୍ସ ଓ ଥ୍ରିଲର ରହିଛି ହ୍ରିତ୍ଵିକ-ଟାଇଗରଙ୍କ ୱାର
Khabar Odisha:entertainment-odisha-war-movie-review-hritik-roshan-and-tiger-shroff-film-a-complete-entertainer
ନୂଆଦିଲ୍ଲୀ, ଅକ୍ଟୋବର ୦୨ (ଖବର ଓଡିଶା) :

ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଷ୍ଟାରର ଫିଲ୍ମ ୱାର ରିଲିଜ ହୋଇଛି। ତେବେ ଛୁଟି ଦିନରେ ଫିଲ୍ମ ରିଲିଜ ହେବାର ଅର୍ଥ ହେଉଛି ଦମଦାର ଓପୋନିଙ୍ଗ୍ କରିବା। କିନ୍ତୁ ଫିଲ୍ମ ବକ୍ସ ଅଫିସରେ ଓପୋନିଙ୍ଗ୍ କଲେକଶନ ସାମ୍ନାରେ ଆସିବା ପୂର୍ବରୁ ଫିଲ୍ମ କମାଲ କରିଛି। ଏହାର ଆଡଭାନ୍ସ ବୁକିଙ୍ଗ୍ ଚଳିତ ବର୍ଷ ରିଲିଜ ହୋଇଥିବା ବହୁ ଫିଲ୍ମର ରେକର୍ଡ ପଛରେ ପକାଇଛି। ଏହାକୁ ୩.୫ ରେଟିଙ୍ଗ୍ ମିଳିଥିବା ଦେଖାଯାଇଛି। 

ସୋସିଆଲ ମିଡିଆରେ ୱାରକୁ ଭଲ ପବ୍ଲିକ୍ ରିଭିୟୁ ମିଳିଛି। କିଛି ଲୋକଙ୍କ କହିବା ଅନୁଯାୟୀ, ଟାଇଗର ଓ ଶ୍ରଫଙ୍କ ଯୋଡି ଛୁଟିରେ ଦର୍ଶକମାନଙ୍କ ପାଇଁ ଏକ ଉପହାର ସଦୃଶ। ଫିଲ୍ମ କ୍ରିଟିକ୍ କୁମାର ମୋହନଙ୍କ କହିବା ଅନୁଯାୟୀ, ୱାରର ଆକ୍ସନ ସିନ୍ ଖୁବ୍ ସୁନ୍ଦର ରହିଛି। ଟାଇଗର ଏବଂ ହ୍ରିତ୍ଵିକ୍ ଫିଲ୍ମର ପ୍ରତ୍ୟେକ ସିନକୁ ଦମଦାର କରିଛନ୍ତି। ସିଙ୍ଗଲ ସ୍କ୍ରିନରେ ଏହା ଦମଦାର ବ୍ୟବସାୟ କରିବ ବୋଲି ମଧ୍ୟ କୁହାଯାଉଛି।

ମୋହନ କୁମାର ପୁଣି କହିଛନ୍ତି କି, ହ୍ରିତ୍ଵିକଙ୍କ ଅଭିନୟ ଜବରଦସ୍ତ ରହିଛି। ତେବେ ଏଥିରେ ରୋମାନ୍ସ ଓ ଗୀତ ମିସିଙ୍ଗ୍ ରହିଛି। ୱାର ଅର୍ଥ ହେଉଛି ଆକ୍ସନ। ଛୁଟି ଦିନରେ ଫିଲ୍ମ ରିଲିଜ୍ ହୋଇଥିବା କାରଣରୁ ୱାର ୪୦ରୁ ୪୫ କୋଟିର ବମ୍ପର ଓପୋନିଙ୍ଗ୍ କରିବ ବୋଲି ଅନୁମାନ କରାଯାଉଛି। ୨୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୱାର ଏକ ଏଣ୍ଟରଟେନିଙ୍ଗ୍ ଫିଲ୍ମ। 

Subscribe

National International State Sports Entertainment