ଆସୁଛି ‘ଡ୍ରିମ ଗାର୍ଲ ୩’ ଏହାକୁ ନେଇ ଦର୍ଶକ ବେଶ ଖୁସି ଅଛନ୍ତି । ଏହାର ଦୁଇଟି ଭାଗ ଦର୍ଶକଙ୍କୁ ବେଶ ଭଲ ଲାଗିଛି । ଏହାକୁ ବିଚାରରେ ରଖି ନିର୍ମାତା ଏହାର ତୃତୀୟ ଭାଗ ଆଣିବାକୁ ଯୋଜନା ପାଞ୍ଚିଛନ୍ତି । ଡ୍ରିମ ଗାର୍ଲର ପ୍ରଥମ ଭାଗ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କ ମନକୁ ବେଶ ଆକର୍ଶଣ କରିପାରିଥିଲା। ଏହା ବକ୍ସ ଅଫିସରେ ବେଶ ପଇସା କମେଇ ପାରିଥିଲା। ତେବେ ପ୍ରଥମ ଭାଗରେ ଆୟୁଷ୍ମାନଙ୍କ ବିପକ୍ଷରେ ନୁସରତ ଭାରୁଚ ଏବଂ ଦ୍ୱିତୀୟ ଭାଗରେ ଅନନ୍ୟା ପାଣ୍ତେ ଏବଂ ତୃତୀୟ ଭାଗରେ କିଏ ହିରୋଇନ ହେବ ଏ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଶୁଣିବାକୁ ମିଳିଛି ଡ୍ରିମ ଗାର୍ଲ ୩ରେ ଆୟୁଷ୍ମାନଙ୍କ ବିପକ୍ଷରେ ସାର ଅଲ୍ଲୀ ଖାଁ ନଜର ଆସିବେ।
ପ୍ରକାଶ ଥାଉ କି, ୨୦୧୯ ମସିହାରେ, ଡ୍ରିମ୍ ଗାର୍ଲର ପ୍ରଥମ ଭାଗରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ନୁସରତ ଭରୁଚ୍ଚା ନଜର ଆସିଥିଲେ । ତାଙ୍କ ସହ ଅନ୍ନୁ କପୁର, ବିଜୟ ରାଜ ଏବଂ ଅଭିଷେକ ବାନାର୍ଜୀ ନିଜ ହାସ୍ୟ ଅଭିନୟରେ ଲୋକଙ୍କୁ ହସାଇଥିଲେ। ଅଗଷ୍ଟ ୨୫, ୨୦୨୩ରେ ରିଲିଜ ହୋଇଥିଲା ଡ୍ରିମ୍ ଗାର୍ଲ-2 । ଯେଉଁଥିରେ ନୁସରତଙ୍କ ବଦଳରେ ଅନନ୍ୟା ପାଣ୍ଡେ ନଜର ଆସିଥିଲେ । ତେବେ ବର୍ତ୍ତମାନ ଡ୍ରିମ୍ ଗାର୍ଲ-୩ ରେ ପ୍ରଥମ ଥର ପାଇଁ ଏବେ ସାରା ଏବଂ ଆଯୁଷ୍ମାନଙ୍କୁ ଏକାଠି ଦେଖିବାକୁ ମିଳିବ ।
ଅଧିକା ପଢନ୍ତୁ: ୩୬ ବର୍ଷରେ ପାଦ ରଖିଲେ Varun