ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ କୌଣସି ପ୍ରଧାନ ବିଚାରପତି କରିନାହାଁନ୍ତି। ଘଟଣାହେଲା ସିଜେଆଇ ତିନି ଦିନିଆ ସରକାରୀ ଗସ୍ତରେ ଶୁକ୍ରବାର ନେପାଳରେ ପହଞ୍ଚିଥିଲେ । ଭାରତର କାର୍ଯ୍ୟରତ କୌଣସି ପ୍ରଧାନ ବିଚାରପତିଙ୍କ ଦ୍ୱାରା ଏହା ନେପାଳର ପ୍ରଥମ ଗସ୍ତ । ତାଙ୍କ ଗସ୍ତ ସମୟରେ ସେ ତାଙ୍କ ନେପାଳୀ ପ୍ରତିପକ୍ଷଙ୍କୁ ଭେଟିଥିଲେ ଏବଂ ଶିଶୁ ଅଧିକାର ଉପରେ ଏକ ସେମିନାରରେ ମଧ୍ୟ ସମ୍ବୋଧିତ କରିଥିଲେ । ନେପାଳର ପ୍ରଧାନ ବିଚାରପତି ବିଶ୍ୱଭାସ ପ୍ରସାଦ ଶ୍ରେଷ୍ଟାଙ୍କ ନିମନ୍ତ୍ରଣ କ୍ରମେ ନେପାଳକୁ ଆସିଥିବା ଜଷ୍ଟିସ ଚନ୍ଦ୍ରଚୁଡ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ନେପାଳ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ଆନନ୍ଦ ମୋହନ ଭଟ୍ଟରାଇ ତାଙ୍କର ସ୍ୱାଗତ କରିଥିଲେ ।
ଏହି ଅବସରରେ ନେପାଳ ସୁପ୍ରିମକୋର୍ଟର ମୁଖପାତ୍ର ବେଦ ପ୍ରସାଦ ଉପ୍ରେତି କହିଥିଲେ , ଇତିହାସରେ ଏହା ପ୍ରଥମ ଥର ପାଇଁ ଭାରତର ଜଣେ ସିଟିଂ ପ୍ରଧାନ ବିଚାରପତି ନେପାଳ ଗସ୍ତରେ ଆସିଛନ୍ତି । ଶନିବାର କାଠମାଣ୍ଡୁରେ କେନ୍ଦ୍ରୀୟ ଶିଶୁ ନ୍ୟାୟ କମିଟି ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଶୁ ଅଧିକାର ଉପରେ ଜାତୀୟ ସେମିନାରରେ ଚନ୍ଦ୍ରଚୁଡ ମୁଖ୍ୟ ବକ୍ତା ଭାବରେ ଯୋଗଦେବେ। ଏହି ସମୟ ମଧ୍ୟରେ ସେ ଅନେକ ଲୋକଙ୍କୁ ମଧ୍ୟ ଭେଟିବେ । ଉପ୍ରେତିଙ୍କ ଅନୁଯାୟୀ ଜଷ୍ଟିସ ଚନ୍ଦ୍ରଚୂଡ ସେହି ଦିନ ସାରେ ନେପାଳର ପ୍ରଧାନ ବିଚାରପତିଙ୍କ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ବୈଠକ କରିବେ । ସେ କହିଛନ୍ତି ଯେ ନେପାଳର ପ୍ରଧାନ ବିଚାରପତି ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସମ୍ମାନାର୍ଥେ ଏକ ରାତ୍ରୀ ଭୋଜନ ମଧ୍ୟ କରିବେ ।
ନଭେମ୍ବର ୨୦୨୩ରେ ନେପାଳର ଦୁଇଜଣ ବିଚାରପତି ସିଜେଆଇ ଚନ୍ଦ୍ରଚୁଡଙ୍କ କୋର୍ଟ ପ୍ରକ୍ରିୟା ଦେଖିବା ପାଇଁ ଭାରତ ଆସିଥିଲେ । ଏହି ସମୟରେ ଚନ୍ଦ୍ରଚୂଡ କହିଥିଲେ ଯେ ମୁଁ ଆମର ବେଞ୍ଚରେ ଦୁଇଜଣ ବିଶିଷ୍ଟ ବିଚାରପତିଙ୍କୁ ସ୍ୱାଗତ କରୁଛି । ଏହି ସମୟ ମଧ୍ୟରେ ସିଜେଆଇ ମଧ୍ୟ ଘୋଷଣା କରିଥିଲା ଯେ ସେମାନେ ଖୁବ ଶୀଘ୍ର ଭାରତ-ନେପାଳ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ : ଦୁବାଇରେ ପୁଣି ତାଣ୍ଡବ ରଚିଲା ବର୍ଷା