ନିକଟରେ ବଲିଉଡ୍ ଅଭିନେତା ରଣବୀର ସିଂହ ଙ୍କର ଡିପ୍ଡିଫେକ୍ ଭିଡିଓ ଭାଇରାଲ୍ ହୋଇଛି। ଏହି ନକଲି ଭିଡିଓରେ ରଣବୀର ଦେଶର ମହଙ୍ଗା ସ୍ଥିତି ଓ ବେରୋଜଗାରୀ ନେଇ ମୋଦୀ ସରକାରଙ୍କୁ ନିନ୍ଦା କରୁଥିବାର ଦେଖିବାକୁ ମଳିଥିଲା। ହେଲେ ଅଭିନେତା ଏକଥା ଜାଣିବା ପରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଚିନ୍ତା ବ୍ୟକ୍ତ କରିଥିଲେ। ଏଥିସହିତ ଡିପ୍ଡିଫେକ୍ ଭିଡିଓରୁ ନିଜକୁ ସୁରକ୍ଷା ଦେବାକୁ ବନ୍ଧୁ ମାନଙ୍କୁ ଅନୁରୋଧ କରିଥିରିଲେ। ଏବେ ରଣବୀର ଡିପ୍ଡିଫେକ୍ ଭିଡିଓ ନେଇ ମୁମ୍ବାଇ ପୁଲିସର ସାଇବର କ୍ରାଇମ୍ ସେଲ୍ ରେ ଅଭିଯୋଗ କରିଛନ୍ତି। ନିକଟରେ ରଣବୀର ବାରାଣସୀରେ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାଇଁ ରାମ୍ପରେ ଚାଲିଥିଲେ। ତାଙ୍କ ସହ କ୍ରୃତି ସାନନ ମଧ୍ୟ ରାମ୍ପ ୱାକ୍ କରିଥିଲେ। ଏହାପରେ ରଣବୀରଙ୍କର ନକଲି ଭିଡିଓ ଭାଇରାଲ୍ ହୋଇଥିଲେ। ଯେଉଁଥିରେ ସେ ମୋଦୀ ସରକାରଙ୍କର ସମାଲୋଚନା କରୁଥିବାର ଦେଖାଯାଉଛି। ନକଲି ଭିଡିଓ ଭାଇରାଲ୍ ହେଲା ପରେ ରଣବୀର ଏହାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଡିପ୍ଡିଫେକ୍ ଭିଡିଓ ବୋଲି କହିଥିଲେ। ଏଥିରୁ ଦୂରେଇ ରହିବାକୁ ସେ ୟୁଜର୍ସଙ୍କୁ ସଚେତନ କରାଇଥିଲେ। ଏହାପରେ ସାଇବର ସେଲ୍ ରେ ମାମଲା କରାଯାଇଛି ବୋଲି ରଣବୀରଙ୍କ ପ୍ରବକ୍ତା ଏଏନ୍ଆଇକୁ ସୂଚନା ଦେଇଛନ୍ତି।
ଅଧିକା ପଢନ୍ତୁ: ଆସିଲା ‘କଲ୍କୀ ୨୮୯୮ ଏଡି’ର ଟିଜର ଡାଏଲଗ୍ ଶୁଣି ପ୍ରଂଶସକ କହିଲେ.....