୨୦୨୪ର ସବୁଠାରୁ ବଡ ମୁଭି କଲ୍କୀ ୨୮୯୮ ଏଡି । ମୁଭିଟିର ଟିଜର ରିଲଜ୍ ହେବାପରେ ପ୍ରଶଂସକ ମାନେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ବିଗ ବିଙ୍କ ଡାଇଲଗ୍ ଲୋକାମାନଙ୍କୁ ଆକୃଷ୍ଟ କରିଛି । ତେବେ ଏହି ମୁଭିର ଯେତେବେଳେ ପ୍ରଥମ ଲୁକ ଆସିଥିଲା ଏହା ଅନେକ ବିବାଦର ଶିକାର ହୋଇଥିଲା । ଫିଲ୍ମର ଟାଇଟଲ୍ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହା ପୂର୍ବରୁ ଏହାକୁ ‘ପ୍ରୋଜେକ୍ଟ କେ’ କୁହାଯାଉଥିଲା।
ଚଳଚ୍ଚିତ୍ର ନିର୍ମାତା ଫିଲ୍ମର କିଛି ନୂଆ ଫୁଟେଜ ଶେୟାର କରିଛନ୍ତି। ଏହାର ନାମ ଦେଇଛନ୍ତି ଇଣ୍ଟ୍ରୋଡ୍ୟୁୟିସିଙ୍ଗ୍ ଅଶ୍ୱତ୍ଥାମା। ଭିଡିଓରେ ଅମିତାଭଙ୍କ ଚରିତ୍ର ଏକ ପୁରୁଣା ମନ୍ଦିରରେ ନଜର ଆସୁଛି। ଏହା ଏକ ପ୍ରାଚୀନ ମନ୍ଦିର। ଯେଉଁଠାରେ ଏକ ଶିଶୁ ପହଞ୍ଚି ତାଙ୍କୁ ପଚାରୁଛି, ଆପଣ କିଏ? ଅମିତାଭ ତାକୁ କହୁଛନ୍ତି, ସେ କାହିଁ କେତେ କାଳରୁ ଏହି ପୃଥିବୀରେ ରହିଛନ୍ତି। ଏଠାରେ ଅମିତାଭଙ୍କ ମୁହଁରେ ଅନେକ କୁଞ୍ଚନ ଦେଖାଯାଉଛି। ମାଟି ମଧ୍ୟ ଲାଗିଛି। ତାଙ୍କ ଦାଢି ମଧ୍ୟ ଖୁବ୍ ଲମ୍ବା। ଭିଡିଓରେ ତାଙ୍କ ଯୁବା ସମୟର ଏକ ଛୋଟ ଅଂଶ ମଧ୍ୟ ନଜର ଆସୁଛି। ସେ ପୂର୍ବରୁ ଚଳଚ୍ଚିତ୍ରରେ ଯେପରି ଦେଖାଯାଉଥିଲେ, ଠିକ୍ ସେମିତି ହିଁ ଦେଖାଯାଉଛନ୍ତି।
ଭିଡିଓରେ ଦେଖାଯାଉଛି, ଅମିତାଭଙ୍କ ଉପରେ କିଏ ଗୁଳି ଚାଳନା କରୁଛି,ମାତ୍ର ତାଙ୍କର କିଛି ହେଉ ନାହିଁ। ଏହାପରେ ଛୋଟ ପିଲାଟି ତାଙ୍କ ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛି। ଅମିତାଭଙ୍କୁ ପ୍ରଶ୍ନ କରୁଛି ତୁମେ କ’ଣ ଭଗବାନ? ଏହି ସମୟରେ ଅମିତାଭ ହସି କରି କହୁଛନ୍ତି, ମୋ ସମୟ ଆସି ଯାଇଛି, ମୋ ଶେଷ ଯୁଦ୍ଧର ସମୟ ଆସି ଯାଇଛି। ଏହାପରେ ସେ କହୁଛନ୍ତି, ସେ ଦ୍ୱାପର ଯୁଗରୁ ଦଶଅବତାରର ଅପେକ୍ଷା କରିଛନ୍ତି ଓ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ୱତ୍ଥାମା।
ଅଧିକା ପଢନ୍ତୁ: ଦୁର୍ଘଟଣାରେ ଚାଲିଗଲେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣେଇ