The Paradise Box Office Collection: ନାଚୁରାଲ ଷ୍ଟାର ନାନୀଙ୍କ ନୂଆ ଫିଲ୍ମ 'ଦ ପାରାଡାଇଜ୍' ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବା ଆରମ୍ଭ କରିଦେଇଛି । ଏହି ଫିଲ୍ମ ଗୋଟିଏ କି ଦୁଇଟି ନୁହେଁ, ବରଂ ୫ଟି ବଡ଼ ରେକର୍ଡ ନିଜ ନାମରେ କରିଛି ।
ଫିଲ୍ମଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କିଛି ନେଗେଟିଭ୍ ସମୀକ୍ଷା ସତ୍ତ୍ୱେ, ଏହା ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରି ଅନେକ ବଡ଼ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ପଛରେ ପକାଇଦେଇଛି ।
ସାକନିଲ୍କ (Sacnilk) ର ରିପୋର୍ଟ ଅନୁସାରେ, 'ଦ ପାରାଡାଇଜ୍'ର ବକ୍ସ ଅଫିସ କଲେକ୍ସନ୍ ଏବଂ ଭାଙ୍ଗିଥିବା ୫ଟି ବଡ଼ ରେକର୍ଡ ବିଷୟରେ ଜାଣନ୍ତୁ:
'ଦ ପାରାଡାଇଜ୍'ର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ୍:
• ପେଡ୍ ପ୍ରିଭ୍ୟୁ (Paid Previews): ୧୧.୬୦ କୋଟି
• ପ୍ରଥମ ଦିନର କଲେକ୍ସନ୍ (Day 1 Net): ୩୪.୬୫ କୋଟି
• ମୋଟ ଭାରତୀୟ ନେଟ୍ କଲେକ୍ସନ୍ (India Net Total): ୪୬.୨୫ କୋଟି
ଭାରତର ୭ମ ସବୁଠାରୁ ବଡ଼ A-Rated ଓପନର ଫିଲ୍ମ
'ଦ ପାରାଡାଇଜ୍' ଭାରତର ଶୀର୍ଷ A-Rated ଓପନିଂ ଫିଲ୍ମ ତାଲିକାରେ ୭ମ ସ୍ଥାନ ହାସଲ କରିଛି । ଏହା ରଣବୀର ସିଂହଙ୍କ 'ଧୁରନ୍ଧର' (୨୮.୬ କୋଟି) ଏବଂ 'ଜନ ନାୟକନ୍' (୪୨.୭ କୋଟି) କୁ ପଛରେ ପକାଇଦେଇଛି ।
ଟେନ୍ 10 A- ରେଟେଡ୍ ଇଣ୍ଡିଆନ୍ ଓପନର୍ସ ତାଲିକା:
1. ଧୁରନ୍ଧର ୨ – ୧୪୫ କୋଟି
2. ଟକ୍ସିକ୍ (Toxic) – ୧୦୧.୧ କୋଟି
3. ସାଲାର (Salaar) – ୯୦.୭ କୋଟି
4. ଦେ କଲ୍ ହିମ୍ ଓଜି (They Call Him OG) – ୮୪.୭ କୋଟି
5. କୁଲି (Coolie) – ୬୫ କୋଟି
6. ଏନିମଲ୍ (Animal) – ₹୬୩.୮ କୋଟି
7. ଦ ପାରାଡାଇଜ୍ (The Paradise) – ₹୪୬.୨୫ କୋଟି
8. ଜନ ନାୟକନ୍ – ₹୪୨.୭ କୋଟି
9. ଧୁରନ୍ଧର – ₹୨୮.୬ କୋଟି
10. ହିଟ୍: ଦ ଥାର୍ଡ କେସ୍ – ₹୨୧ କୋଟି
ନାନୀଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ଫିଲ୍ମ
ଏହି ଫିଲ୍ମ ନାନୀଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର୍ ପାଲଟିଛି । ₹୪୬.୨୫ କୋଟିର କଲେକ୍ସନ୍ ସହ ଏହା ତାଙ୍କର ପୂର୍ବ ଫିଲ୍ମ 'ହିଟ୍: ଦ ଥାର୍ଡ କେସ୍' (₹୨୧ କୋଟି) ର ରେକର୍ଡ ଭାଙ୍ଗିଦେଇଛି ।
୨୦୨୬ ର ତୃତୀୟ ସବୁଠାରୁ ବଡ଼ ତେଲୁଗୁ ଓପନର୍
ତେଲୁଗୁ ସିନେମାରେ ଜବରଦସ୍ତ ପ୍ରଦର୍ଶନ କରି 'ଦ ପାରାଡାଇଜ୍' ୨୦୨୬ ମସିହାର ୩ୟ ସବୁଠାରୁ ବଡ଼ ତେଲୁଗୁ ଓପନିଂ ଫିଲ୍ମ ହୋଇପାରିଛି ।
Top 10 ତେଲୁଗୁ ଓପନର୍ସ (୨୦୨୬):
1. ପେଦ୍ଦି – ୬୯.୫ କୋଟି
2. ଦ ରାଜା ସାବ୍ – ୬୨.୯ କୋଟି
3. ଦ ପାରାଡାଇଜ୍ – ୪୬.୨୫ କୋଟି (ପ୍ରିଭ୍ୟୁ ସହିତ)
4. ମନା ଶଙ୍କର ୱରା ପ୍ରସାଦ ଗାରୁ – ୪୧.୬ କୋଟି
5. ଉସ୍ତାଦ୍ ଭଗତ୍ ସିଂହ – ୩୪.୭୫ କୋଟି
6. ଇରୁମୁଡି – ୧୨.୪୩ କୋଟି
7. ଲେନିନ୍ – ୭.୧୫ କୋଟି
8. ଡକେଇତ୍ – ୬.୫ କୋଟି
9. ଅନଗନଗା ଓକା ରାଜୁ – ୫.୫ କୋଟି
10. ମା’ ଇଣ୍ଟି ବଙ୍ଗାରମ୍ – ୫.୩୫ କୋଟି
୨୦୨୬ ର ୫ମ ସବୁଠାରୁ ବଡ଼ ଭାରତୀୟ ଓପନର୍
୨୦୨୬ ର ସମସ୍ତ ଭାରତୀୟ ଫିଲ୍ମଗୁଡ଼ିକ ମଧ୍ୟରେ 'ଦ ପାରାଡାଇଜ୍' ୫ମ ସ୍ଥାନ ଦଖଲ କରିଛି ।
ଟପ୍ 10 ଇଣ୍ଡିଆନ୍ ଓପନିଂ ଫିଲ୍ମସ (୨୦୨୬):
1. ଧୁରନ୍ଧର ୨ – ୧୪୫ କୋଟି
2. ଟକ୍ସିକ୍ – ୧୦୧.୧ କୋଟି
3. ପେଦ୍ଦି – ୬୯.୫ କୋଟି
4. ଦ ରାଜା ସାବ୍ – ୬୨.୯ କୋଟି
5. ଦ ପାରାଡାଇଜ୍ – ୪୬.୨୫ କୋଟି
6. ଜନ ନାୟକନ୍ – ୪୨.୭ କୋଟି
7. ମନା ଶଙ୍କର ୱରା ପ୍ରସାଦ ଗାରୁ – ୪୧.୬ କୋଟି
8. ଉସ୍ତାଦ୍ ଭଗତ୍ ସିଂହ – ୩୪.୭୫ କୋଟି
9. ବୋର୍ଡର ୨ – ୩୨.୧ କୋଟି
10. ମିର୍ଜାପୁର: ଦ ମୁଭି – ୨୮.୧୧ କୋଟି
ପ୍ରଥମ ଦିନରେ ବିଶ୍ୱବ୍ୟାପୀ ୫୦ କୋଟିରୁ ଅଧିକ ଆୟ
ବିଦେଶରେ ₹୨୨ କୋଟି ରୋଜଗାର କରିବା ସହ 'ଦ ପାରାଡାଇଜ୍' ବିଶ୍ୱବ୍ୟାପୀ (Worldwide) ମୋଟ ୭୬.୯୦ କୋଟିର ଗ୍ରସ୍ କଲେକ୍ସନ୍ କରିଛି । ଏହା 'ବାହୁବଳୀ: ଦ ବିଗିନିଂ' (୭୩ କୋଟି) ଏବଂ 'ୱାର୍' (୭୪ କୋଟି) ର ୱାର୍ଲ୍ଡୱାଇଡ୍ ଓପନିଂ ରେକର୍ଡକୁ ମଧ୍ୟ ପଛରେ ପକାଇଦେଇଛି ।