ହନୁମାନ ଅଂଶ (Hanuman Ansh): 'ହନୁମାନ ଅଂଶ' ନିଶ୍ଚିତ ଭାବେ ଧୀମା ଆରମ୍ଭ କରିଥିଲା। କିନ୍ତୁ ଖୁବ୍ ଶୀଘ୍ର ବକ୍ସ ଅଫିସରେ ଚମତ୍କାର କରିଦେଲା। କିନ୍ତୁ ଆପଣ ଜାଣନ୍ତି କି ଏହି ଫିଲ୍ମକୁ 'ଟକ୍ସିକ୍' ଆସିବା ଯୋଗୁଁ କ୍ଷତି ସହିବାକୁ ପଡ଼ିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଟକ୍ସିକକୁ ପଛରେ ପକାଇ ସର୍ପରାଇଜ୍ ହିଟ୍ ହୋଇଥିଲା ।
ଫିଲ୍ମ ‘ହନୁମାନ ଅଂଶ’ର ବକ୍ସ ଅଫିସ୍ ଯାତ୍ରା ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ଚମତ୍କାରଗୁଡ଼ିକ ମଧ୍ୟରୁ ଗୋଟିଏ ପାଲଟିସାରିଛି। ମାତ୍ର ୧.୮ ରୁ ୨ କୋଟି ଟଙ୍କାର ଅତ୍ୟନ୍ତ ଛୋଟ ବଜେଟ୍ରେ ଏହା ପ୍ରସ୍ତୁତ କରାଯାଇଥିଲା। ଯାହା ନିଜର ପ୍ରଥମ ସପ୍ତାହରେ ପ୍ରାୟ ୧0 ଲକ୍ଷ ଏବଂ ଦ୍ୱିତୀୟ ସପ୍ତାହରେ କେବଳ ୪୦ ଲକ୍ଷ ଟଙ୍କା ଆୟ କରିଥିଲା। କିନ୍ତୁ ଜନସାଧାରଣ ଏବଂ ନୀମ୍ କରୋଲୀ ବାବାଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ 'ୱାର୍ଡ ଅଫ୍ ମାଉଥ୍' (ଦର୍ଶକଙ୍କ ସୁପାରିଶ) ପୂରା ଖେଳ ବଦଳାଇଦେଲା। ଫିଲ୍ମଟି ତୃତୀୟ-ଚତୁର୍ଥ ସପ୍ତାହରୁ ଏପରି ଦ୍ରୁତ ଗତି ଧରିଲା ଯେ ଏହାର ଶୋ' ଏବଂ ସ୍କ୍ରିନ୍ ସଂଖ୍ୟା ଅନେକ ଗୁଣ ବୃଦ୍ଧି ପାଇଗଲା। କିନ୍ତୁ ଏହି କଥା ବହୁତ କମ୍ ଲୋକ ଜାଣନ୍ତି ଯେ ‘ହନୁମାନ ଅଂଶ’ ୩୫୦ଟି ଥିଏଟରରେ ରିଲିଜ୍ ହୋଇଥିଲା। ହେଲେ ଦ୍ୱିତୀୟ ସପ୍ତାହରେ ‘ଆୱାରାପନ୍ ୨’ ଏବଂ ‘ଟକ୍ସିକ୍’ ଆସିବା ଯୋଗୁଁ ଏହାର ସ୍କ୍ରିନ୍ ସଂଖ୍ୟାରେ ଭାରି ହ୍ରାସ ଘଟିଥିଲା।
ନିକଟରେ ଏକ ଇଣ୍ଟରଭ୍ୟୁରେ ପ୍ରୋଡ୍ୟୁସର ରାଗିଣୀ ସୋନା ଫିଲ୍ମର ଥିଏଟ୍ରିକାଲ୍ ଯାତ୍ରାକୁ ନେଇ କିଛି ଖୁଲାସା କରିଛନ୍ତି। ସେ ଜଣାଇଛନ୍ତି ଯେ ଗୋଟିଏ ସମୟରେ ଟିମ୍ ଏହାକୁ ଛାଡ଼ିଦେବା ପାଇଁ ପ୍ରାୟ ପ୍ରସ୍ତୁତ ହୋଇଯାଇଥିଲା। କିନ୍ତୁ ଶେଷରେ ସେମାନେ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ହଲ୍ରେ ରହିବାକୁ ନିଷ୍ପତ୍ତି କାହିଁକି ନେଲେ? ସେ କହିଛନ୍ତି ଯେ ଯେତେବେଳେ ଡାଇରେକ୍ଟର ବିଶାଳ ଫିଲ୍ମର ପ୍ରମୋସନ୍ ପାଇଁ ଟିମ୍ ସହ ଯାତ୍ରା କରୁଥିଲେ, ସେତେବେଳେ ଅଚାନକ ସେମାନଙ୍କୁ ‘ହନୁମାନ ଅଂଶ’କୁ ଥିଏଟରରେ ବଜାୟ ରଖିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଫିଲ୍ମର ଅନେକ ସ୍କ୍ରିନ୍ କମିଯାଇଥିଲା, ଯାହା ପରେ ଆଉ ଗୋଟିଏ ସପ୍ତାହ ଏହାକୁ ଚଲାଇବା ଉଚିତ୍ କି ନୁହେଁ, ସେହି ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା।
କେତେଟି ଥିଏଟରରେ ରିଲିଜ୍ ହୋଇଥିଲା ହନୁମାନ ଅଂଶ?
ବାସ୍ତବରେ ‘ହନୁମାନ ଅଂଶ’ର ପ୍ରଡ୍ୟୁସର ପ୍ରକାଶ କରିଛନ୍ତି ଯେ ଫିଲ୍ମ ପାଇଁ ପ୍ରଥମ ସପ୍ତାହ ପ୍ରାୟ ସେହିପରି ରହିଥିଲା ଯେପରି ଟିମ୍ ଆଶା କରିଥିଲା। ‘ହନୁମାନ ଅଂଶ’ ୩୫୦ଟି ସିନେମାହଲ୍ରେ ରିଲିଜ୍ ହୋଇଥିଲା, କିନ୍ତୁ ଦ୍ୱିତୀୟ ସପ୍ତାହରେ ‘ଆୱାରାପନ୍ ୨’ ଏବଂ ‘ଟକ୍ସିକ୍’ ଆସିବା ଯୋଗୁଁ ଏହାର ସ୍କ୍ରିନ୍ କମାଇ ଦିଆଗଲା। ଏହା କମିଯାଇ ପ୍ରାୟ ୨୫-୩୦ଟି ସିନେମାହଲ୍ରେ ସୀମିତ ହୋଇଗଲା। କିନ୍ତୁ ଫିଲ୍ମର ବିଜନେସ୍ ତଥାପି ବଜାୟ ରହିଲା। ଏହାଦ୍ୱାରା ଟିମ୍କୁ ଏତେ ଭରସା ମିଳିଲା ଯେ ସେମାନେ କ୍ଷତି ସହିବାକୁ ପ୍ରସ୍ତୁତ ହୋଇଗଲେ। ଏହାସହ ଏହାକୁ ଥିଏଟରରେ ଆଗକୁ ବଜାୟ ରଖିବାର ବଡ଼ ନିଷ୍ପତ୍ତି ନେଇପାରିଲେ।
କିପରି ଫିଲ୍ମ ବଦଳାଇଲା ବାଜି?
ଏହି ଫିଲ୍ମର ପ୍ରୋଡ୍ୟୁସର କହିଛନ୍ତି ଯେ— ସେମାନେ ଆରମ୍ଭରେ ଫିଲ୍ମକୁ ଆଗକୁ ବଢ଼ାଇବାକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱରେ ଥିଲେ। ଶେଷ ମୁହୂର୍ତ୍ତରେ ବିଶାଳ ଏବଂ ମୁଁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଲୁ। ଏହାସହ ଆମର ଡିଷ୍ଟ୍ରିବ୍ୟୁଟର ମାନଙ୍କୁ ମଧ୍ୟ ଜଣାଇଲୁ। ବାକି ଲୋକଙ୍କୁ ବୁଝାଇବାରେ ଆମକୁ କିଛି ସମୟ ଲାଗିଲା, କିନ୍ତୁ ଶେଷରେ ସେମାନେ ମାନିଗଲେ। ତା’ପରେ ପରବର୍ତ୍ତୀ ସପ୍ତାହରେ ଆମେ ଅଧିକ ଥିଏଟର ସହ ଆଗକୁ ବଢ଼ିଲୁ ଏବଂ ସେଥିରେ କିଛି ଖର୍ଚ୍ଚ ମଧ୍ୟ ହେଲା। ଆମେ ଆଲୋଚନା କଲୁ ଯେ ଯଦି ଫିଲ୍ମ ଆଉ ଗୋଟିଏ ସପ୍ତାହ ଚାଲେ ତେବେ ସମସ୍ତ ଖର୍ଚ୍ଚ ଉଠିଯିବ। ଯାହା ପରେ ସିନେମା ଚାଲିଲା ଏବଂ ବାକି ସବୁ ଏବେ ଇତିହାସ। ହେଲେ, 'ଟକ୍ସିକ୍' ସହ ଲଢ଼େଇ ଉପରେ ସେ କହିଛନ୍ତି ଯେ, ସାମାନ୍ୟ ଭୟ ତ ଥିଲା। ସେମାନେ ପ୍ରାୟତଃ ପରସ୍ପରକୁ ‘ହନୁମାନ ଅଂଶ’ର ଏକ ଡାଇଲଗ ମନେ ପକାଉଥିଲେ— "ହନୁମାନ ଚାଳିଶା ପଢ଼ୁଛ, ତଥାପି ଭୟ କରୁଛ?"