ନୂଆଦିଲ୍ଲୀ: ବଲିଉଡ୍ କିଙ୍ଗ୍ ଖାନ ଶାହରୁଖ ଖାନ ପୁଣି ଥରେ ଧନୀ ତାଲିକାର ଶୀର୍ଷରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଚଳିତ ବର୍ଷର ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ଶାହରୁଖ ଖାନ ସବୁଠାରୁ ଧନୀରେ କଳାକାର ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ସମ୍ପତ୍ତି ପରିମାଣ ଗତ ବର୍ଷ ଅପେକ୍ଷା କମିଥିଲେ ମଧ୍ୟ ତାଙ୍କୁ କେହି ଅତିକ୍ରିମ କରିପାରି ନାହାଁନ୍ତି ।
ହୁରୁନ ଅନୁସାରେ ଶାହରୁଖ ଖାନଙ୍କ ସମ୍ପତ୍ତିର ପରିମାଣ ୧୦, ୦୦୦ କୋଟି ଟଙ୍କା ରହିଛି । ଅଭିନୟ, ବିଜ୍ଞାପନ, ଖେଳ ଏବଂ ନିଜର ବ୍ୟବସାୟରୁ ସେ ଏହି ସମ୍ପତ୍ତି ଠୁଳ କରିଛନ୍ତି । ଗତ ବର୍ଷ ଶାହରୁଖ ଖାନଙ୍କର ସମ୍ପତ୍ତିର ପରିମାଣ ୧୨, ୪୯୦ କୋଟି ଥିଲା । ଗତ ଏକ ବର୍ଷ ମଧ୍ୟରେ ଶାହରୁଖଙ୍କ ସମ୍ପତ୍ତି ୨୪୯୦ କୋଟି ଟଙ୍କା ହ୍ରାସ ପାଇଛି । ଚଳିତ ବର୍ଷ ଆରମ୍ଭରେ ପ୍ରକାଶିତ 'ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍' ଅନୁଯାୟୀ, ଶାହରୁଖଙ୍କ ସମ୍ପତ୍ତିର ମୂଲ୍ୟ ୧୦,୮୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା।
ଶାହରୁଖ ତଳକୁ ଦ୍ୱିତୀୟ ଧନୀ କଳାକାର ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନଙ୍କ ସମ୍ପତ୍ତିର ପରିମାଣ ବୃଦ୍ଧି ପାଇଛି । ଅମିତାଭ ମୋଟ ୪୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ୨୦୨୫ରେ ଅମିତାଭଙ୍କ ସମ୍ପତ୍ତି ୧,୬୩୦ କୋଟି ଟଙ୍କା ଆକଳନ କରାଯାଇଥିଲା। ସେହିପରି ତୃତୀୟ ସ୍ଥାନରେ ସଲମାନ ଖାନ ଏବଂ ଚତୁର୍ଥରେ ହ୍ରିତିକ୍ ରୋଶନ ରହିଛନ୍ତି । ସଲମାନଙ୍କ ସମ୍ପତ୍ତିର ମୂଲ୍ୟ ୩୦୦୦ କୋଟି ଟଙ୍କା ଥିବାବେଳେ ହ୍ରିତିକଙ୍କର ୨୫,୦୦ କୋଟି ରହିଛି ।
ଗତ ବର୍ଷର ତାଲିକା ତୁଳନାରେ କିଛି ଉଲ୍ଲେଖନୀୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। '୨୦୨୫ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ' ରେ ସ୍ଥାନ ପାଇଥିବା ଅଭିନେତ୍ରୀ ଜୁହି ଚାୱଲା ଏବଂ ନିର୍ଦ୍ଦେଶକ କରଣ ଜୋହର ୨୦୨୬ ତାଲିକାରେ ସ୍ଥାନ ପାଇନାହାନ୍ତି। ୨୦୨୫ ମସିହାରେ ଜୁହିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭,୭୯୦ କୋଟି ଟଙ୍କା ଥିବାବେଳେ, କରଣ ଜୋହରଙ୍କ ସମ୍ପତ୍ତିର ମୂଲ୍ୟ ୧,୮୮୦ କୋଟି ଟଙ୍କା ରହିଥିଲା ।