ପ୍ୟାନ୍-ଇଣ୍ଡିଆ ସୁପରଷ୍ଟାର ପ୍ରଭାସଙ୍କ ପାଇଁ ବର୍ଷ ୨୦୨୬ ର ଆରମ୍ଭ ଆଶା ଅନୁଯାୟୀ ରହିନଥିଲା। ଏହି ବର୍ଷ ଆସିଥିବା ତାଙ୍କର ହରର୍-କମେଡି ଫିଲ୍ମ ‘ଦ ରାଜା ସାବ୍’ ଲୋକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହେଲା। ସାଥୀରେ ବକ୍ସ ଅଫିସ୍ରେ ଫ୍ଲପ୍ ପ୍ରମାଣିତ ହେଲା। ହେଲେ, ଗୋଟିଏ ଫ୍ଲପ୍ ସତ୍ତ୍ୱେ ପ୍ରଭାସଙ୍କ ପାଖରେ ଅନେକ ମେଗା-ବଜେଟ୍ ଏବଂ ବ୍ଲକ୍ବଷ୍ଟର୍ ଫିଲ୍ମର ଲାଇନ୍ ଲାଗିଛି। ୨୦୨୪ ବର୍ଷର ଐତିହାସିକ ବ୍ଲକ୍ବଷ୍ଟର୍ ଫିଲ୍ମ ‘କଲ୍କି ୨୮୯୮ AD’ ର ଦ୍ୱିତୀୟ ଭାଗକୁ ଦର୍ଶକ ଅପେକ୍ଷା କରିଛନ୍ତି। ଏବେ ଫିଲ୍ମର ଡାଇରେକ୍ଟର ନାଗ୍ ଅଶ୍ୱିନ୍ ‘କଲ୍କି’ ସିକ୍ୱେଲ୍ର ରିଲିଜ୍ ପ୍ଲାନ୍କୁ ନେଇ ବଡ଼ ଖୁଲାସା କରିଛନ୍ତି।
ନିକଟରେ ‘ଭାରାଇଟି ଇଣ୍ଡିଆ’ ସହ କଥାବାର୍ତ୍ତା ବେଳେ ଡାଇରେକ୍ଟର ନାଗ୍ ଅଶ୍ୱିନ୍ଙ୍କୁ ‘କଲ୍କି ୨’ କୁ ନେଇ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ପଚରାଯାଇଥିଲା ଯେ ‘କଲ୍କି ୨’ କୁ ନେଇ ଦର୍ଶକଙ୍କ ଆଶା ବହୁତ ବଢ଼ିଯାଇଛି। ଫିଲ୍ମ ବିଷୟରେ ଲେଟେଷ୍ଟ୍ ଅପଡେଟ୍ କ’ଣ? ସୁଟିଂ କେବେ ଶେଷ ହେବ? ଯାହାକୁ ନେଇ ଡାଇରେକ୍ଟର କହିଛନ୍ତି ଯେ, "ଆମେ ଅକ୍ଟୋବର ମଝାମଝିରୁ ରେଗୁଲାର୍ ସୁଟିଂ ଆରମ୍ଭ କରୁଛୁ, କାରଣ ଏବେ ଆମ ପାଖରେ ସମସ୍ତ ଆକ୍ଟରଙ୍କ ପାଇଁ କଲ୍ ସିଟ୍ ପ୍ରସ୍ତୁତ ଅଛି।"
କେବେ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଫିଲ୍ମର ସୁଟିଂ?
ଏହି ସମୟରେ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨’ ର ଡାଇରେକ୍ଟର ନାଗ୍ ଅଶ୍ୱିନ୍ ଏହା ମଧ୍ୟ ଜଣାଇଛନ୍ତି ଯେ, "ଏହି ବର୍ଷ ଆରମ୍ଭରେ, ଆମେ କମଲ ସାର୍ ଏବଂ ବଚ୍ଚନ ସାର୍ଙ୍କ ଅଲଗା ଅଲଗା ସିନ୍ ସୁଟିଂ କରିଥିଲୁ। ଆମେ ପ୍ରଭାସଙ୍କ କଲ୍ ସିଟ୍କୁ ଅପେକ୍ଷା କରିଥିଲୁ। ଏବଂ ଏବେ ସେହି ମାମଲା ମଧ୍ୟ ସମାଧାନ ହୋଇଯାଇଛି। ଆଶା ଅଛି ଯେ ଆମେ ଆସନ୍ତା ବର୍ଷ ମଝାମଝି ଅର୍ଥାତ୍ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ସୁଟିଂ ଶେଷ କରିଦେବୁ। ଯାହା ପରେ ପୋଷ୍ଟ-ପ୍ରୋଡକ୍ସନ୍ କାମ ଆରମ୍ଭ ହେବ। ପୂର୍ବରୁ ସୁଟିଂ ଶେଷ ହୋଇଯାଉ, ଥରେ ତାହା ହୋଇଗଲେ, ଆମେ ରିଲିଜ୍ ତାରିଖ ବିଷୟରେ କଥା ହୋଇପାରିବା।"
କେବେ ଫିଲ୍ମ ରିଲିଜ୍ କରିବାର ରହିଛି ପ୍ଲାନିଂ?
ଯଦିଓ ଡାଇରେକ୍ଟର ରିଲିଜ୍ ଡେଟ୍କୁ ନେଇ କିଛି ସ୍ପଷ୍ଟ କହିନାହାନ୍ତି, କିନ୍ତୁ ସଙ୍କେତ ଦେଇଛନ୍ତି ଯେ ୨୦୨୮ ରେ ହିଁ କଲ୍କିର ଦ୍ୱିତୀୟ ଭାଗକୁ ଅଣାଯିବ। ସାଥୀରେ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମରେ କୌଣସି ନୂଆ ଜିନିଷ ଯୋଡ଼ାଯାଉନାହିଁ। ଆମେ ସେହି କାହାଣୀକୁ ଆଗକୁ ବଢ଼ାଉଛୁ ଯାହାକୁ ଆମେ ଆରମ୍ଭ କରିଥିଲୁ। ଏବଂ ସେଥିରେ ପୂର୍ବରୁ ହିଁ ଅନେକ ଚରିତ୍ର ରହିଛନ୍ତି। ଶେଷରେ ସେ ଏହା ମଧ୍ୟ କହିଛନ୍ତି ଯେ— "ଏହା କେବଳ ଗୋଟିଏ ଫ୍ରାଞ୍ଚାଇଜ୍ଠାରୁ ଯଥେଷ୍ଟ ଅଧିକ। ମୋତେ ଲାଗୁଛି ଆମେ ଏକ କାଳ୍ପନିକ ଦୁନିଆ ନିର୍ମାଣ କରିବାକୁ ଚେଷ୍ଟା କରୁଛୁ। କିଛି କିଛି ‘କଲ୍କି’ ୟୁନିଭର୍ସ ଭଳି। ଆମେ ଅଲଗା ଅଲଗା କାହାଣୀ ଉପରେ କାମ କରୁଛୁ। ସେଗୁଡ଼ିକୁ ଏକାଠି ଆଣିବା ଏବଂ ଏହି ବଡ଼ ଦୁନିଆକୁ ବିକଶିତ କରିବାକୁ ଚେଷ୍ଟା କରୁଛୁ।"
ବାସ୍ତବରେ ‘ଦ ରାଜା ସାବ୍’ ବିଫଳ ହେବା ସତ୍ତ୍ୱେ, ପ୍ରଭାସଙ୍କ ଆଗାମୀ ଫିଲ୍ମ ଲାଇନ୍-ଅପ୍ ଏତେ ଚମତ୍କାର ଯେ ଫ୍ୟାନ୍ସଙ୍କର ପୂରା ଆଶା ରହିଛି। ଖୁବ୍ ଶୀଘ୍ର ପୁଣି ଥରେ ସେ ବକ୍ସ ଅଫିସ୍ର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି।