ବଲିଉଡ ଅଭିନେତା ବରୁଣ ଧାୱନ ଆଜି ୩୬ ତମ ବୟସରେ ପାଦ ରଖିଛନ୍ତି। ଜନ୍ମଦିନ ଅବସରରେ ବରୁଣଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏପରିକି ସୋସିଆଲ ମଡିଆରେ ବହୁ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ୧୯୮୭ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ବରୁଣ। ତାଙ୍କ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି। ବରୁଣ ପିଲାବେଳେ କୁସ୍ତି କରିବାକୁ ଖୁବ୍ ପସନ୍ଦ କରୁଥିଲେ ଏବଂ ସେ ଜଣେ କୁସ୍ତିଯୋଦ୍ଧା ହେବାକୁ ଚାହୁଁଥିଲେ।
ବରୁଣ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ବରୁଣ ଅଭିନେତା ଭାବରେ ପ୍ରଥମ ଥର ପାଇଁ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଫିଲ୍ମରେ ଅଭିନୟ କରିଥିଲେ। କଳଙ୍କ , ମେଁ ତେରା ହିରୋ , ଅକ୍ଟୋବର , ଦିଲୱାଲେ ଏହିପରି ସେ ଅନେକ ହିଟ ମୁଭି ଦେଇଛନ୍ତି। ସବୁ ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତିା ବରୁଣଙ୍କ ଅଭିନୀତ ଫିଲ୍ମରେ ବରୁଣଙ୍କ ରୋମଣ୍ଟଟିକ ଅନ୍ଦାଜଠୁ ଆରମ୍ଭ କରି ଆକ୍ସନ ଓ କମେଡି ବି ଦେଖିବାକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି।