ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ନିକ୍ ଜୋନସ୍ ଏବେ ଅସୁସ୍ଥ । ନିକ୍ ମ୍ୟୁଜିକ କନ୍ସର୍ଟକୁ ନେଇ ବେଶ ଲାଇମ ଲାଇଟରେ ରୁହନ୍ତି । ହେଲେ ନିକ ଏବେ କିଛି କନସର୍ଟକୁ ପୋଷ୍ଟପନ କରିଦେଇଛନ୍ତି । ଏଥି ପାଇଁ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ କ୍ଷମା ପ୍ରାଥନା କରିଛନ୍ତି । ସେ ଭୟଙ୍ଗର ଭାଇରସରେ ପିଡିତ ଥିବାରୁ ତାଙ୍କୁ ଏହି ଭଳି କରିବାକୁ ପଡୁଛି ବୋଲି ସେ କହିଛନ୍ତି । ତେବେ ଏନେଇ ସେ ଖୋଦ୍ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି।
ନିକ୍ ଜୋନସ୍ ନିଜ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ନିଜ ଫ୍ୟାନ୍ମାନଙ୍କୁ କନ୍ସର୍ଟ ପୋଷ୍ଟପୋନ୍ କରିଥିବା ନେଇ କ୍ଷମା ମାଗୁଥିବା ନଜର ଆସିଛନ୍ତି। ଏଥିସହ ସେ ଇନ୍ଫ୍ଲୁଏଞ୍ଜା-ଏ ଭାଇରସ୍ରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ଏହି ଭାଇରସ୍ ଯୋଗୁ ସେ କଥା କହିପାରୁ ନାହାନ୍ତି। ତାଙ୍କ ଦେହ ହାତ ଯନ୍ତ୍ରଣା ହେବା ସହ ଭିଷଣ ଜ୍ୱରରେ ପୀଡିତ ଅଛନ୍ତି। ତାଙ୍କ ମୁଣ୍ଡରେ ଯନ୍ତ୍ରଣା ସହ ଗଳା ଯନ୍ତ୍ରଣା ଓ କାଶ ମଧ୍ୟ ହେଉଛି। ଡାକ୍ତରଙ୍କୁ ଦେଖାବା ପରେ ବି ସେତେଟା ସ୍ୱାସ୍ଥ ଭଲ ହୋଇନଥିବା ନିକ୍ ସୂଚନା ଦେଇଛନ୍ତି।
ଅଧିକା ପଢନ୍ତୁ:‘ଷ୍ଟୁଡେଣ୍ଟ ଅଫ ଦି ଇୟର୩’ କୁ ମନା କଲେ ଅଙ୍କିତା