ବିଗ୍ ବସ୍ 17 ରେ ତାଙ୍କର ସଫଳ କାର୍ଯ୍ୟ ପରେ ଅଙ୍କିତା ଲୋଖଣ୍ଡେ ଏକ ସଫଳତା ହାସଲ କରିଛନ୍ତି |ଅଙ୍କିତା ଲୋଖାଣ୍ଡେ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଏହି ରିଆଲିଟି ସୋରେ ପ୍ରବେଶ କରିଥିଲେ। ସୋ’ରେ ଦମ୍ପତିଙ୍କ ମଧ୍ୟରେ ଅନେକ ଝଗଡା ଦେଖିବାକୁ ମିଳିଥିଲା । ‘ବିଗ୍ ବସ୍ ୧୭’ରେ ଦୁହିଁଙ୍କ ମଧ୍ୟରେ ହେଉଥିବା ଝଗଡା ଦେଖି ପ୍ରଶଂସକମାନେ ଭାବିବାକୁ ଲାଗିଥିଲେ ଯେ, ଦମ୍ପତି ସୋ’ରୁ ବାହାରକୁ ଆସିବା ପରେ ଛାଡ଼ପତ୍ର ନେବେ, ହେଲେ ତାହା ହୋଇ ନଥିଲା।
ବିଗ୍ ବସ୍ ଶେଷ ହେବା ପରେ ଅଙ୍କିତା ଲୋଖଣ୍ଡେ ରଣଦୀପ ହୁଡ୍ଡାଙ୍କ ସହିତ ‘ସ୍ବତନ୍ତ୍ର ବୀର ସାବରକର’ରେ ନଜର ଆସିଥିଲେ। ଏଥିରେ ରଣଦୀପଙ୍କ ବିପକ୍ଷରେ ନଜର ଆସିଥିଲେ ଅଙ୍କିତା। ଏବେ ଖବର ମିଳୁଛି ଯେ, ଅଙ୍କିତା ଲୋଖଣ୍ଡେଙ୍କୁ କରଣ ଜୋହରଙ୍କ ୱେବ୍ ସିରିଜ୍ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୩’ର ଅଫର ମିଳିଥିଲା। ହେଲେ ସେ ଏହାକୁ ଗ୍ରହଣ କରିନଥିଲେ। କାହିଁକି ଗ୍ରହଣ କରିନଥିଲେ ତାହା ମଧ୍ୟ ସାମ୍ନାକୁ ଆସିନାହିଁ। ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଅଭିନେତ୍ରୀଙ୍କ ନିକଟ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଖବର ମିଛ। ଅଭିନେତ୍ରୀଙ୍କୁ କେବେବି ଏହି ୱେବ୍ ସିରିଜ ପାଇଁ ଅଫର ଦେଇନଥିଲେ କରଣ।
ଅଧିକା ପଢନ୍ତୁ: ଓଟିଟିରେ ଧମାଲ କରୁଛି “ହୀରାମଣ୍ତି”