ରିଲଜ ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଚନ୍ଦୁ ଚାମ୍ପିଆନର ଟ୍ରେଲର । ପ୍ରଶଂସକ ମାନେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଚନ୍ଦୁ ଚାମ୍ପିଆନକୁ ଦର୍ଶକ ମାନେ ବହୁତ ଅପେକ୍ଷା କରିଥିଲେ । ବହୁତ ଦିନ ପ୍ରର୍ଯ୍ୟନ୍ତ କାର୍ତ୍ତିକ ନିଜ ଡାଏଟ ପ୍ରତି ଧ୍ୟନ ଦେଉଥିଲେ । ଏବଂ ସୋସିଆଲ ମିଡିଆରେ ତାଙ୍କ ଡାଏଟ ବିଷୟରେ ଆଲେଚନା ମଧ୍ୟ ହୁଏ । ଏହି ମୁଭି ପାଇଁ କାର୍ତ୍ତିକ ମିଠା ଖାଇବା ଛାଡି ଦେଇଥିଲେ । ଏହା ବ୍ୟତୀତ ସେ କୁସ୍ତିର ତାଲିମ ମଧ୍ୟ ନେଉଥିଲେ । ଏବେ ଚନ୍ଦୁ ଚାମ୍ପିଆନର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ମୁଭିର ପୋଷ୍ଟରରେ କାର୍ତ୍ତିକଙ୍କ ଲୁକ୍ କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ଦେଖିବାକୁ ମିଳିଥିଲେ । କାର୍ତ୍ତିକଙ୍କୁ ଏହି ଅବତାରରେ ଦର୍ଶକ ମାନେ ପ୍ରଥମ ଥର ପାଇଁ ଦେଖିଲେ । ସାଜିଦ୍ ନାଦିଆୱାଲା ଏବଂ କବୀର ଖାନଙ୍କ ମିଳିତ ପ୍ରଡକ୍ସନରେ ନିର୍ମିତ ଫିଲ୍ମ 'ଚାନ୍ଦ ଚାମ୍ପିଅନ୍' ଚଳିତ ବର୍ଷର ସବୁଠାରୁ ବଡ ବଜେଟ ମୁଭି ହେବାକୁ ଯାଉଛି ।
କାର୍ତ୍ତିକଙ୍କୁ ଦର୍ଶକ ମାନେ ପୂର୍ବରୁ ରୋମାଣ୍ଟିକ ଏବଂ କମେଡି ମୁଭରେ ଦେଖିଥିବେ, କିନ୍ତୁ କାର୍ତ୍ତିକଙ୍କ ଗୋଟେ ଛୋଟିଆ ଝଲକରୁ ହିଁ ଜଣାପଡୁଛି କାର୍ତ୍ତିକ ଏ ମୁଭି ପାଇଁ କେତେ ସଂଘର୍ଶ କରିଥିବେ । ଦର୍ଶକମାନଙ୍କ କହିବା ମୁତାବକ କାର୍ତ୍ତିକଙ୍କୁ ପ୍ରଥମେ ଚିହ୍ନି ହେଲାନି । ଅଭିନେତା ତାଙ୍କ ଲୁକକୁ ପୂରା ବଦଳାଇ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ମୁଭି ଟା ବକ୍ସ ଅଫିସରେ କେତେ ହିଟ ହେଉଛି ।
ଅଧିକା ପଢନ୍ତୁ:ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ପୁଷ୍ପା-୨ ଅଭିନେତାଙ୍କ ବିରୋଧରେ ରୁଜୁ ହେଲା ମାମଲା