ମେ’ ୧୦ରେ ମୁକ୍ତିଲାଭ କରିଥିବା ରାଜକୁମାର ରାଓ-ଅଲାୟା ଏଫଙ୍କ ‘ଶ୍ରୀକାନ୍ତ’ ବକ୍ସଅଫିସରେ ଭଲ ପ୍ରଦର୍ଶନ କରୁଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଦିନ ତୁଳନାରେ ତୃତୀୟ ଦିନ ଅର୍ଥାତ୍ ରବିବାର ‘ଶ୍ରୀକାନ୍ତ’ର ଆୟ ୩ ଗୁଣା ବୃଦ୍ଧି ପାଇଛି।
ସୂଚନା ଅନୁସାରେ, ପ୍ରଥମ ଦିନରେ ୨.୨୫ କୋଟି ଟଙ୍କା ଆୟ କରିଥିଲା ‘ଶ୍ରୀକାନ୍ତ’। ଦ୍ଵିତୀୟ ଦିନ ଏହା ୪.୨ କୋଟିକୁ ବୃଦ୍ଧି ପାଇଥିବାବେଳେ ତୃତୀୟ ଦିନ ଏହା ୫.୫୦ କୋଟି ଟଙ୍କା ଆୟ କରିଛି। ୩ ଦିନରେ ‘ଶ୍ରୀକାନ୍ତ’ ମୋଟ୍ ୧୧.୯୫ କୋଟି ଟଙ୍କା ଆୟ କରିଛି। ବିଶ୍ଵବ୍ୟାପୀ ଏହି ଅଙ୍କ ପ୍ରାୟ ୧୨ରୁ ୧୩ କୋଟିରେ ପହଞ୍ଚିଛି।
୫୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ‘ଶ୍ରୀକାନ୍ତ’ର ନିର୍ଦେଶନା ଦେଇଛନ୍ତି ତୁଷାର ହୀରାନନ୍ଦାନୀ। ଏଥିରେ ରାଜକୁମାର ରାଓ, ଆଲାୟା ଏଫ୍, ଜ୍ୟୋତିକା ଓ ଶରଦ କେଲକର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହା ଏକ ବାୟୋଗ୍ରାଫିକାଲ୍ ଚଳଚ୍ଚିତ୍ର, ଯାହା ଦୃଷ୍ଟିହୀନ ଶିଳ୍ପପତି ତଥା ବୋଲାଣ୍ଟ ଇଣ୍ଡଷ୍ଟ୍ରିଜ୍ର ପ୍ରତିଷ୍ଠାତା ଶ୍ରୀକାନ୍ତ ବୋଲ୍ଲାଙ୍କ ଜୀବନ କାହାଣୀ ଉପରେ ଆଧାରିତ।
ଅଧିକା ପଢନ୍ତୁ :କାହିଁକି ନଣ୍ତା ହେଲେ ଉର୍ଫି!