ରୋମାଣ୍ଟିକ ଥ୍ରୀଲର ଚଳଚ୍ଚିତ୍ର 'ହସିନ୍ ଦିଲରୁବା' ଭିନ୍ନ ଏକ କାହାଣୀ ନେଇ ଏକ ୨୦୨୧ ମସିହାରେ ଓଟଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ରୋମାଣ୍ଟିକ ଥ୍ରୀଲର ଓ ସସ୍ପେନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଚଳଚିତ୍ରର କାହାଣୀ ସହ ତାପସୀ ପନ୍ନୁ, ବିକ୍ରାନ୍ତ ମାସେ ଏବଂ ହର୍ଷବର୍ଦ୍ଧନ ରାଣେଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଚଳଚିତ୍ରରେ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିଥିବା ନେଇ ସନ୍ଦେହ କରୁଥିଲା ପୋଲିସ ଏବଂ ପରେ ପୋଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ ସତ ଜାଣିବାରେ ଅସଫଳ ରହିଥିଲା ।
ବର୍ତ୍ତମାନ ଚଳଚିତ୍ରର ନିର୍ମାତା ଏହାର ଦ୍ୱିତୀୟ ଭାଗ ରିଲିଜ କରିବାକୁ ଯାଉଛନ୍ତି । ଏହି ଚଳଚିତ୍ରର ନିର୍ମାତା ଚଳଚିତ୍ରର ଦ୍ୱିତୀୟ ଭାଗ 'ଫିର୍ ଆୟି ହାସିନ୍ ଦିଲରୁବା' କେବେ ଫେରିବ ସେ ନେଇ ଘୋଷଣା କରିଛନ୍ତି । ଫେବୃଆରୀ ୨୦୨୪ ରେ ଚଳଚିତ୍ରର ଏକ ଟିଜର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସର୍ଟ ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମ ଓଟଟି ପ୍ଲାଟଫର୍ମରେ ରିଲିଜକୁ ନେଇ ସମସ୍ତେ ଅପେକ୍ଷା କରିଥିବାବେଳେ, ଫିଲ୍ମର ରିଲିଜ ତାରିଖ ପ୍ରକାଶ ପାଇଛି। ଦ୍ୱିତୀୟ ଭାଗରେ ଭିକି କୌଶଲଙ୍କ ସାନଭାଇ ସନ୍ନି କୌଶଲ ଫିଲ୍ମରେ ହର୍ଷବର୍ଦ୍ଧନ ରାଣେଙ୍କ ସ୍ଥାନ ନେବାକୁ ଯାଉଛନ୍ତି।
ଏହି ଚଳଚ୍ଚିତ୍ରର ରିଲିଜ ତାରିଖ ନେଟଫ୍ଲିକ୍ସ ଦ୍ୱାରା ଏକ୍ସ ରେ ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଛି । ଏକ ୩୪ ସେକେଣ୍ଡର ଭିଡିଓରେ ଚଳଚିତ୍ରର ମକ୍ତିଲାଭ ତାରିଖ ଘୋଷଣା ହୋଇଛି । ଚଳଚିତ୍ରର ମୁଖ୍ୟ ଭୂମିକାରେ ଥିବା ତାପସୀ ପନ୍ନୁ, ବିକ୍ରାନ୍ତ ମାସେ ଏବଂ ସନ୍ନି କୌଶଲ ୯ ଅଗଷ୍ଟରେ ଚଳଚିତ୍ର ନେଟଫ୍ଲିକ୍ସରେ ରିଲିଜ ହେବ ବୋଲି କହିଛନ୍ତି ।