ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ଯୋଡ଼ି ଦିବ୍ୟାଙ୍କା ତ୍ରିପାଠୀ ଓ ବିବେକ ଦହିୟା ବିଦେଶ ଯାତ୍ରା କରିବାକୁ ଭଲ ପାଆନ୍ତି। ସେମାନେ ଅନେକ ସମୟରେ ବିଶ୍ବର ନୂଆସ୍ଥାନ ବୁଲିବାକୁ ଯାଇ ସେଠାକାର ବିଷୟରେ ଜାଣିବାକୁ ଚାହାନ୍ତି। ନିକଟରେ ଏହି ଯୋଡ଼ି ୟୁରୋପ ଯାତ୍ରା ସମୟରେ ଲୁଟର ଶିକାର ହୋଇଥିଲେ। ଇଟାଲିରେ ତାଙ୍କର ପାସପୋର୍ଟ ଓ ଅନ୍ୟ ପ୍ରମାଣପତ୍ର ଚୋରି ହୋଇଥିଲା। ଏହା ପରେ ଉଭୟ ପତି-ପତ୍ନୀ ସାହାଯ୍ୟ ପାଇଁ ଗୁହାରି କରିଥିଲେ।
ଦିବ୍ୟାଙ୍କା ତ୍ରିପାଠୀ ଓ ବିବେକ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟରେ ସେୟାର କରିଥିଲେ। ଇଟାଲିରେ ଲୁଟ୍ର ଶିକାର ହେଲା ପରେ ଭାରତୀୟ ଦୂତାବାସ ସେମାନଙ୍କୁ ସହଯୋଗ କରିଥିଲା। ଶେଷରେ ପତି-ପତ୍ନୀ ଭାରତ ଫେରିଆସିଛନ୍ତି। ସେମାନେ ସମସ୍ତଙ୍କୁ ତାଙ୍କର ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ଦୂତାବାସ ତାଙ୍କୁ ବଡ଼ ସହଯୋଗ କରିଥିଲା ବୋଲି କହିଛନ୍ତି। ଏକ ଫଟୋ ସେୟାର କରି ଏବଂ ପାସପୋର୍ଟ ଦେଖାଇ ଲେଖିଛନ୍ତି, ଖୁବ ଶୀଘ୍ର ଭାରତ ଆସୁଛୁ। ଆମେ ଆପଣଙ୍କର ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇବାକୁ ଚାହିଁବୁ। ଆମର ଘରକୁ ଫେରିବାରେ ଭାରତୀୟ ଦୂତାବାସଙ୍କ ବଡ଼ ଭୂମିକା ଥିଲା।
ସୂଚନାଯୋଗ୍ୟ, ଇଟାଲିରେ ଫ୍ଲୋରେନ୍ସରେ ଦିବ୍ୟାଙ୍କା ଓ ବିବେକଙ୍କୁ ଲୁଟ କରାଯାଇଥିଲା। ତାଙ୍କର ପାସପୋର୍ଟ, ବେଲ୍ଟ, ଟଙ୍କା ଓ ଶପିଂ ସାମଗ୍ରୀ ଚୋରି କରାଯାଇଥିଲା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ବିବେକ ଘଟଣା ସଂପର୍କରେ କହିଥିଲେ।