ଆସୁଛି ସ୍ତ୍ରୀର ଦ୍ୱିତୀୟ ଭାଗ । ଏହି ମୁଭିରେ ଦର୍ଶକଙ୍କୁ ପୁଣି ଏକାଠି ଦେଖାଦେବେ ଅଭିନେତା ରାଜ କୁମାର ରାଓ ଏବଂ ଶ୍ରଦ୍ଧା କପୁର । ଏହାର ପ୍ରଥମ ଭାଗ ୨୦୧୮ରେ ରିଲିଜ ହୋଇଥିଲା । ସେତେବେଳେ 'ସ୍ତ୍ରୀ' ବକ୍ସ ଅଫିସରେ ବେଶ ସଫଳତା ସହିତ ଲୋକପ୍ରିୟତା ହାସଲ କରିଥିଲା । ଆଉ ଏବେ ୪ ବର୍ଷ ପରେ ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ରାଜକୁମାର ଏବଂ ଶ୍ରଦ୍ଧା । ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲର ବେଶ ରୋମାଞ୍ଚକର ହୋଇଥିବା ବେଳେ ଦର୍ଶକ ବେଶ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ପୂର୍ବ ଚଳଚ୍ଚିତ୍ର (ସ୍ତ୍ରୀ)ରେ ମହିଳାଙ୍କ ଆତଙ୍କ ଯୋଗୁଁ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ସ୍ତ୍ରୀ ୨ର କାହାଣୀରେ ନୂଆ ମୋଡ଼ ଅଛି । 'ସ୍ତ୍ରୀ ୨'ରେ ସ୍ତ୍ରୀ ନୁହଁ ଏକ ପୁରୁଷ ସରକଟେ ଏଣ୍ଟ୍ରି କରିଛି, ଯିଏ ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ । ଏଥର ଶ୍ରଦ୍ଧା କପୁର ଚନ୍ଦେରୀ ଗାଁକୁ ମୁଣ୍ଡକଟା ଆତଙ୍କରୁ ଲୋକଙ୍କୁ ସୁରକ୍ଷା ଦେଉଥିବାର ନଜର ଆସିବେ। ଏହା ହେଉଛି ସେହି ଭୂତ ଯେଉଁଥିପାଇଁ ମହିଳାଙ୍କ ଆତଙ୍କ ଆରମ୍ଭ ହୋଇଥିଲା । ପ୍ରଥମ ଚଳଚ୍ଚିତ୍ରର ଶେଷରେ ଶ୍ରଦ୍ଧାଙ୍କ ଚରିତ୍ର ସ୍ତ୍ରୀ ଭାବେ ନଜର ଆସିଥିଲେ, ବର୍ତ୍ତମାନ 'ସ୍ତ୍ରୀ 2'ରେ ଏହା ସରକଟେଙ୍କ ସହ ଲଢୁଥିବା ନଜର ଆସିବେ । ଅନ୍ୟପକ୍ଷରେ ରାଜକୁମାର ରାଓଙ୍କ ଚରିତ୍ର ବିକି ଏବଂ ତାଙ୍କ ସାଙ୍ଗମାନଙ୍କ ଗ୍ୟାଙ୍ଗ ବର୍ତ୍ତମାନ ଶ୍ରଦ୍ଧାଙ୍କ ସହ ଗାଁରୁ ଏହି ଆତଙ୍କ ହଟାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିବ । ୨ ମିନିଟ ୫୪ ସେକେଣ୍ଡର ଏହି ଟ୍ରେଲରରେ ସରକଟ ଏବଂ ସମସ୍ତ ଷ୍ଟାରକାଷ୍ଟଙ୍କ ଚରିତ୍ର ଖୁଲାସା ହୋଇଛି । ତେବେ 'ସ୍ତ୍ରୀ୨' ଚଳିତ ବର୍ଷ ସ୍ୱାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ ।