ଅକ୍ଷୟ କୁମାରଙ୍କ ମୁଭି ‘ସରଫିରା’ 12 ଜୁଲାଇରେ ରିଲଜ ହୋଇଛି । ଏହା ମୁଭି ହଲରେ ରିଲିଜ ହେବାର ପ୍ରଥମ ଦିନରୁ ହିଁ ତାର ପ୍ରଦର୍ଶନ ଅତି ନିନ୍ଦନୀୟ ପ୍ରଦର୍ଶନ କରିଥିଲା । ଏହି ଚଳଚିତ୍ର ଦଖିବାକୁ ଦର୍ଶକ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଦର୍ଶକଙ୍କୁ ଥିଏଟରକୁ ଆକର୍ଷିତ କରିବା ପାଇଁ ଏକ ମଲ୍ଟିପ୍ଲେକ୍ସକୁ ଅଫର୍ ଦେବାକୁ ପଡ଼ିଛି। ଲୋକପ୍ରିୟ ମଲ୍ଟିପ୍ଲେକ୍ସ ଚେନ୍ ଆଇନକ୍ସ ଦର୍ଶକଙ୍କ ପାଇଁ ଏକ ଅଜବ ଅଫର ଘୋଷଣା କରିଛି। ଅଫର୍ ହେଉଛି, ଦର୍ଶକମାନଙ୍କୁ ବୈଧ ଟିକେଟ୍ ସହ ଗୋଟିଏ ଚା’ ଏବଂ ଦୁଇଟି ସିଙ୍ଗଡ଼ା ସମ୍ପୂର୍ଣ୍ଣ ମାଗଣା ମିଳିବ। କେବଳ ଏତିକି ନୁହେଁ, ଅର୍ଡର ସହିତ ମାଗଣାରେ ଫିଲ୍ମକୁ ପ୍ରୋତ୍ସାହିତ କରୁଥିବା ଏକ ସାମଗ୍ରୀ ମଧ୍ୟ ମିଳିବ।
ଏହି ଅଫରରୁ ଏହା ସ୍ପଷ୍ଟ ହୋଇଛି ଯେ, ବକ୍ସ ଅଫିସରେ ‘ସରଫିରା’ର ଖରାପ ପ୍ରଦର୍ଶନକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ଏହାର ବକ୍ସ ଅଫିସ ଆୟ ବିଷୟରେ କହିବାକୁ ଗଲେ, ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ମାତ୍ର ୨.୫୦ କୋଟି ଟଙ୍କା ଆୟ କରିଥିଲା। ଦ୍ଵିତୀୟ ଦିନରେ ଆୟରେ ସାମାନ୍ୟ ପରିଲକ୍ଷିତ ହୋଇଥିଲା ଓ ଏହା ୪.୨୫ କୋଟି ଟଙ୍କା ଆୟ କରିଥିଲା। ଏଭଳି ଭାବେ ଫିଲ୍ମ ଏପର୍ଯ୍ୟନ୍ତ ମୋଟ୍ ୬.୭୫ କୋଟି ଟଙ୍କା ଆୟ କରିଛି।
ଅଧିକା ପଢନ୍ତୁ: ଜୁନିଅର ଏନଟିଆରଙ୍କ ଦେବରା: ପାର୍ଟ ୱାନର ଲିକ୍ ହେଲା ଭିଡିଓ !