ଖବର ଓଡ଼ିଶା: ବିଜ୍ଞାନ ଏବଂ ପୁରାଣକୁ ନେଇ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘କଳ୍କି ୨୮୯୮ ଏଡି’ ବକ୍ସ ଅଫିସରେ ଏବେବି ଧମାଲ କରୁଛି । କଳ୍କି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି । ଏଥି ସହିତ ଏହି ଚଳଚ୍ଚିତ୍ର ଘରୋଇ ସଂଗ୍ରହରେ ୬୦୦ କୋଟି ଟଙ୍କା ଅତିକ୍ରମ କରିସାରିଛି । ସିନେମା ହଲ୍ ଗୁଡ଼ିକରେ ଅନ୍ୟ ଫିଲ୍ମ ମୁକ୍ତିଲାଭ କରିଥିବା ସତ୍ତ୍ୱେ କଳ୍କିର ଚାହିଦା ଏବେବି ବଜାୟ ରହିଛି । ସିନେମା ମୁକ୍ତିଲାଭର ଚାରି ସପ୍ତାହ ବିତି ଯାଇଥିଲେ ମଧ୍ୟ ଦର୍ଶକମାନେ କଳ୍କି ଦେଖିବାକୁ ବେଶ ପସନ୍ଦ କରୁଛନ୍ତି ।
ସାଉଥ୍ ସୁପରଷ୍ଟାର ପ୍ରଭାସ, ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର କଳ୍କି ପ୍ରଥମ ଦିନରୁ ବକ୍ସ ଅଫିସରେ ସଫଳତା ପାଇଛି । ବିଜ୍ଞାନ ଏବଂ ପୁରାଣକୁ ନେଇ ସିନେମାଟି ତିଆରି ହୋଇଛି । ଯେତେବେଳେ ପ୍ରଭୁ ବିଷ୍ଣୁଙ୍କ ଦଶମ ତଥା ଅନ୍ତିମ ଅବତାର କଳ୍କି ଜନ୍ମ ହେବ ସେତେବେଳେ ପୃଥିବୀର ସମସ୍ତ ପାପ ଏବଂ ମନ୍ଦ କାର୍ଯ୍ୟକୁ ନଷ୍ଟ କରିଦେବ । ଏହି ଚଳଚ୍ଚିତ୍ର ଇତିହାସ ଏବଂ ଭବିଷ୍ୟତର ଏକ ସୁନ୍ଦର ସଙ୍ଗମ ବୋଲି ଦର୍ଶକ କହିଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଆକ୍ସନ ପ୍ରଶଂସନୀୟ। ଆଉ କେତେକ ଦର୍ଶକ ଏହା ହଲିଉଡ଼କୁ ଟକ୍କର ଦେଲା ଭଳି ଚଳଚ୍ଚିତ୍ର ବୋଲି କହିଛନ୍ତି ।