ମୁୁମ୍ବାଇ: କଲକି ୨୮୯୮ ଏଡିର ସଫଳତା ପରେ ପ୍ରଭାସ ପୁଣି ଥରେ ନିଜର ପ୍ରଶଂସକଙ୍କ ହୃଦୟ ଜିିତିବାକୁ ପ୍ରସ୍ତୁତ । ଏବେ ପ୍ରଭାସ କନ୍ନପ୍ପା ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ପ୍ରଭାସଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ପ୍ରଭାସଙ୍କୁ ରୁଦ୍ର ଅବତାରରେ ଦେଖିବାକୁ ମିଳିଛି । ଅଭିନେତାଙ୍କ ଲୁକ ପ୍ରଶଂସକଙ୍କୁ ବେଶ ପ୍ରଭାବିତ କରିଛି ।
ପ୍ରଭାସ ନିଜର ଲୁକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ପ୍ରଥମ ଲୁକ୍ ସେୟାର କରି ଲେଖିଛନ୍ତି ଓମ ଦିବ୍ୟ ସଂରକ୍ଷକ, ରୁଦ୍ର ଓମ । ରୁଦ୍ର ରୁପରେ ସେ ନିଜ ଲୁକର ଅନାବରଣ କରିଛନ୍ତି । କନ୍ନପ୍ପାରେ ଅଡିଗ ରକ୍ଷକ ଭାବେ ଶକ୍ତି, ଜ୍ଞାନ, ଭକ୍ତି, ତ୍ୟାଗ ଓ ପ୍ରେମର ଏକ କାଳାତୀତ ଯାତ୍ରା ଉପରେ ଫିଲ୍ମ ନିର୍ମାଣ ହୋଇଛି । ଚଳଚ୍ଚିତ୍ର ଏପ୍ରିଲ ୨୫ରେ ସିନେମାଘରକୁ ଆସିବ ।
ପ୍ରଭାସଙ୍କ ରୁଦ୍ର ଲୁକ ଉପରେ ନଜର ପକାଇଲେ ଲମ୍ବା ଚୁଟି, ମଥାରେ ତ୍ରିପୁଣ୍ଡ, ବେକରେ ରୁଦ୍ରାକ୍ଷର ମାଳ ପିନ୍ଧିଥିବା ଦେଖିବାକୁ ମିଳିଛି । ପ୍ରଭାସଙ୍କ ଏହି ଲୁକ୍ ଦେଖି ପ୍ରଶଂସକ ବେଶ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ରେବଲ ଷ୍ଟାର । ଆଉ ଜଣେ ୟୁଜର ଲେଖିଛନ୍ତି, ଇଣ୍ଡିଆନ ସିନେମାର ଷ୍ଟାର ।
ଉଲ୍ଲେଖନୀୟ କିଛି ସମୟ ପୂର୍ବେ ଅକ୍ଷର କୁମାର କନ୍ନପ୍ପାରେ ନିଜର ପ୍ରଥମ ଲୁକ୍ ସେୟାର କରିଥିଲେ । ଏଥିରେ ସେ ଶିବ ଅବତାରରେ ନଜର ଆସିଥିଲେ । ହାତରେ ତ୍ରିଶୂଳ ଓ ଡମରୁ ଧରିଥିଲେ । ମଥାରେ ଭସ୍ମ ଓ ବେକରେ ରୁଦ୍ରାକ୍ଷ ମାଳ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଅକ୍ଷୟଙ୍କ ଏହି ଲୁକକୁ ମଧ୍ୟ ପ୍ରଶଂସକ ବେଶ ପସନ୍ଦ କରିଥିଲେ ।
ଋିପୋର୍ଟ ଅନୁଯାୟୀ, ଅକ୍ଷତ ଓ ପ୍ରଭାସଙ୍କ ସହିତ ଫିଲ୍ମରେ କାଜଲ ଅଗ୍ରୱାଲ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅକ୍ଷୟ ଓ ପ୍ରଭାସଙ୍କ ଲୁକ ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବେ କାଜଲଙ୍କ ଲୁକକୁ ଅପେକ୍ଷା କରିଛନ୍ତି । ଏହା ଏକ ତେଲୁଗୁ ପୌରାଣିକ ଫିଲ୍ମ । ମୁକେଶ କୁମାର ସିଂ ଓ ମୋହନ ବାବୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।