ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ସବୁ ଦିନ ନୂଆ ନୂଆ ଟ୍ୱିଷ୍ଟ ପଦାକୁ ଆସୁଛି । ଏହି ଘଟଣାର ତଦନ୍ତ ପରେ ଜଣା ପଡିଛି ଯେ ପଶ୍ଚିମବଙ୍ଗର ଜଣେ ମହିଳା ଏଥିରେ ସଂମ୍ପୃକ୍ତ ଅଛନ୍ତି ।
ତେବେ ଏଠି ପ୍ରକୃତ ଆକ୍ରମଣକାରୀ କିଏ ପୋଲିସ ମୁଣ୍ତରେ ପଡିଛି ଚଡକ। ଅଭିଯୁକ୍ତ ଶରିଫୁଲର ଫିଙ୍ଗରପ୍ରିଣ୍ଟସ କ୍ରାଇମ ସିନର ଚିହ୍ନ ସହ ମିଶୁ ନାହିଁ । ଏବେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଟ୍ବିଷ୍ଟ ଆସିଛି । ଯାହା ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସୈଫ୍ ଅଲ୍ଲୀଙ୍କୁ ଛୁରାମାଡ ଘଟଣାରେ ଖୁକୁମନି ଶେଖ ନାମକ ଜଣେ ମହିଳାଙ୍କ ନାମ ସାମ୍ନାକୁ ଆସିଛି । ଯାହାଙ୍କ ସିମ୍ କାର୍ଡ ଅଭିଯୁକ୍ତ ଶରୀଫୁଲଠାରୁ ମିଳିଛି। ଶରୀଫୁଲ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଥିଲା ତାହା ଜଣେ ମହିଳାଙ୍କ ନାମରେ ରେଜିଷ୍ଟ୍ରର ଥିଲା। ଇଏ ହଉଛି ସେହି ନମ୍ୱର ଯେଉଁ ନମ୍ୱରକୁ ଶରୀଫୁଲ ବାଂଲାଦେଶରେ ଥିବା ତା’ ପରିବାରକୁ କଲ୍ କରୁଥିଲା । ସେପଟେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା ମହିଳା ଜଣକ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର । ୩ ବର୍ଷ ପୂର୍ବରୁ ମହିଳା ଜଣଙ୍କ ତାଙ୍କ ଫୋନ୍ ହଜାଇ ଦେଇଥିଲେ ।