ମୁମ୍ବାଇ: ପୁଣି ଥରେ ‘ଓସ୍କାର’ ଦୌଡ଼ରେ ସାମିଲ ହୋଇଛି ଭାରତୀୟ ଚଳଚ୍ଚିତ୍ର । ଓସ୍କାରରେ ଭାରତୀୟ ସିନେମାର ତାର ଅଭିଯାନ ଜାରି ରଖିଛି । ବହୁ ପ୍ରତିକ୍ଷୀତ ୯୭ତମ ‘ଓସ୍କାର’ ପାଇଁ ମନୋନୀତ ହୋଇଛି ‘ଅନୁଜା’ । ପ୍ରିୟଙ୍କା ଚୋପ୍ରା ଓ ଚଳଚ୍ଚିତ୍ର ନିର୍ମାତା ଗୁନୀତ ମୋଙ୍ଗାଙ୍କ ପ୍ରଯୋଜିତ ‘ଅନୁଜା’କୁ ସର୍ବଶ୍ରେଷ୍ଠ ଲାଇଭ୍ ଆକ୍ସନ୍ସ ସର୍ଟ ଫିଲ୍ମ ବର୍ଗରେ ମନୋନୀତ କରାଯାଇଛି ।
ନିର୍ଦ୍ଦେଶକ ଆଦମ୍ ଜେ ଗ୍ରେଭସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ଶିଶୁ ଶ୍ରମିକ ୯ ବର୍ଷର ଝିଅର କାହାଣୀ ଉପରେ ଆଧାରିତ । ଯିଏ ନିଜ ପରିବାର ବୋଝ ପାଇଁ ଦିଲ୍ଲୀରେ ଏକ କପଡ଼ା କାରଖାନାରେ କାମ କରୁଛି । ଫିଲ୍ମରେ ଅଭିନୟ କରିଥିବା ଝିଅଟି ମଧ୍ୟ ଏକ ଶିଶୁ ଶ୍ରମିକ ଥିଲା ଏବଂ ସେ ଏକ ବସ୍ତିରୁ ମଧ୍ୟ ଆସିଛି ବୋଲି ଟାଇମ୍ସ ଅଫ୍ ଇଣ୍ଡିଆଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଅଭିନେତା ନାଗେଶ ଭୋନ୍ସଲେ ।
ଗନୀତ ମୋଙ୍କା ଏହା 3ୟ ଫିଲ୍ମ ଯାହା ଓସ୍କାର ପାଇଁ ମନୋନୀତ ହୋଇଛି । ପୂର୍ବରୁ ତାଙ୍କ ଦ୍ୱାର ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ଏଲିଫ୍ୟାଣ୍ଟ୍ ୱିସପର୍ସ (Elephant Whisperers) ଏବଂ ପିରିୟଡ୍ (Period) ମଧ୍ୟ ଓସ୍କାର ପାଇଁ ମନୋନୀତ ହୋଇଥିଲା । ୧୮୦ ଫିଲ୍ମ ମଧ୍ୟରୁ ଅନୁଜା ମନୋନୀତ ହୋଇଛି । ଏହା ପୁଣି ଆହୁରି 5ଟି ଶ୍ରେଷ୍ଠ ଚଳଚ୍ଚିତ୍ର ସହିତ ପ୍ରତିଯୋଗୀତା କରିବ । ଅନ୍ୟ ଫିଲ୍ମ ଗୁଡ଼ିକ ହେଲା ଆଲେନ୍ (Alien), ଆଇ ଆମ୍ ନଟ୍ ଏ ରୋବଟ୍ (I’m Not a Robot), ଦ ଲାଷ୍ଟ୍ ରେଞ୍ଜର୍ (The Last Ranger) ଏବଂ ଏ ମ୍ୟାନ୍ ହୁ ଉଡ୍ ନଟ୍ ରିମେନ୍ ସାଇଲେଣ୍ଟ୍ (A Man Who Would Not Remain Silent)।
ଆସନ୍ତା ମାର୍ଚ୍ଚ ୨ ତାରିଖରେ ଆମେରିକାର ଲସଆଞ୍ଜେଲସରେ ୯୭ତମ ଓସ୍କାର୍ ଆୱାର୍ଡ ସମାରୋହ ଅନୁଷ୍ଠିତ ହେବ ।