ନୂଆଦିଲ୍ଲୀ: ପୁଷ୍ପା ଓ ପୁଷ୍ପା ୨ର ନିର୍ଦ୍ଦେଶକ ସୁକୁମାରଙ୍କ ବାସଭବନ ଓ ହାଇଦ୍ରାବାଦ ସ୍ଥିତ ଅଫିସରେ ବୁଧବାର ଆୟକର ବିଭାଗ ଚଢଉ କରିଛି । ସକାଳୁ ଆରମ୍ଭ ହୋଇଥିବା ଏହି ରେଡ୍ ଅନେକ ଘଣ୍ଟା ଧରି ଚାଲିଥିଲା । ଏହି ଚଢଉ ସମୟରେ ସୁକୁମାର ହାଇଦ୍ରାବାଦ ବିମାନ ବନ୍ଦରରେ ଥିଲେ । ଆଇଟି ବିଭାଗର ଅଧିକାରୀ ତାଙ୍କୁ ଏୟାରପୋର୍ଟରୁ ବାସଭବନକୁ ଆଣିବା ପରେ ପୁଣି ଥରେ ଚଢଉ ଆରମ୍ଭ ହୋଇଥିଲା ।
ତେବେ ଏହି ଚଢଉ କେଉଁ କାରଣ ପାଇଁ ହୋଇଛି ତାର କାରଣ ଜଣା ପଡିନି । ଆଇଟି ବିଭାଗ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଏପରିକି ନିର୍ଦ୍ଦେଶକଙ୍କ ଟିମ୍ ସଦସ୍ୟ ମଧ୍ୟ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଉଲ୍ଲେଖନୀୟ ସୁକୁମାର ସଂପ୍ରତି ପୁଷ୍ପା ୨ର ସଫଳତାର ଆନନ୍ଦ ଉଠାଉଛନ୍ତି । ଫିଲ୍ମ ୧୫୦୦ କୋଟିରୁ ଅଧିକ ବକ୍ସ ଅଫିସ କଲେକ୍ସନ କରିଛି ।
ଅନ୍ୟପଟେ ଜାନୁଆରୀ ୨୧ରେ ଦିଲ ରାଜୁର ନିର୍ମାତାଙ୍କ ବାସଭବନ ଉପରେ ମଧ୍ୟ ଆଇଟି ଚଢଉ ହୋଇଥିଲା । ଟ୍ୟାକ୍ସ ଚୋରି ସନ୍ଦେହରେ ନିର୍ମାତାଙ୍କ ବିରୋଧରେ ଏହି ଆକ୍ସନ ନେଇଥିଲା ଆଇଟି ବିଭ ।ଗ । ଏବେ ସୁକୁମାରଙ୍କ ଉପରେ ଆଇଟି ରେଡ୍୍କୁ ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚହଳ ପଡିଛି ।