ବୈବାହିକ ଋତୁରେ ବଢିଚାଲିଛି ସୁନା ଦର । ଯାହା ଏବେ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଲାଣି । କିଛି ଦିନ ପୂର୍ବରୁ ୧୦ ଗ୍ରାମ ସୁନା ପିଛି ୮୦ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ସୁନା ଦର ବଢି ୮୫ ହଜାର ହେଲାଣି । ଆଉ ଆଗକୁ ଏହି ସୁନା ଦର ଲକ୍ଷେ ଛୁଇଁବ ବୋଲି ଅନୁମାନ କରାଯାଉଛି ।
ତେବେ ଭୂ-ରାଜନୈତିକ ସମସ୍ୟା ଏବଂ ବିଭିନ୍ନ ପ୍ରକାର ଅନିଶ୍ଚିତତା ମଧ୍ୟରେ ସୁନାର ଚମକ ବଢୁଥିବା ବେଳେ ଆଜି ସୁନା ଦରରେ ବଡ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୮୫,୦୦୦ ଟଙ୍କା ପାର୍ କରିଛି । ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧,୦୫୦ ଏବଂ ୧,୧୫୦ ଟଙ୍କା ମହଙ୍ଗା ହୋଇଛି । ଉଭୟର ଦର ଯଥାକ୍ରମେ ୭୮,୧୦୦ ଟଙ୍କା ଏବଂ ୮୫,୨୦୦ ଟଙ୍କା ହୋଇଛି । ନୂଆବର୍ଷରେ ସୁନା ୬,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି ।
ଅଧିକ ପଢନ୍ତୁ ;ଆସନ୍ତାକାଲି ବନକଲାଗି ନୀତି; ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ