କଟକ: ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଅଫଲାଇନ୍ ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଖୋଲିବା ପରେ ପ୍ରବଳ ଠେଲପେଲା ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ଅନେକ ଯୁବକ ଅଚେତ୍ ହୋଇଯାଇଛନ୍ତି । ଭିଡ଼ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଖରାରେ ଛିଡ଼ା ହେବା ପରେ କେତେକ ଯୁବକ ଅଚେତ୍ ହୋଇପଡ଼ିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି । ଏଭଳି ସ୍ଥିତିରେ କଟକ ଡ଼ିସିପି ନିଜେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁ: ବାରବାଟୀ ମ୍ୟାଚ ପାଇଁ ସରିଲା ଅନଲାଇନ ଟିକେଟ୍ ବିକ୍ରି; ଏବେ ଅଫଲାଇନ୍ରେ କିଣିବାକୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆଗ୍ରହ, ଓସିଏ ଅନୁବନ୍ଧିତ କ୍ଲବ, ଜିଲ୍ଲା ଆସୋସିଏନ, ଅନୁଷ୍ଠାନ ମାନଙ୍କୁ ହେଉଛି ଟିକେଟ୍ ବିକ୍ରି
ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ। ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ। ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି।
ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ...
- ଗ୍ୟାଲେରୀ ୨- ୯୦୦ ଟଙ୍କା
- ଗ୍ୟାଲେରୀ ୪- ୯୦୦ ଟଙ୍କା
- ଗ୍ୟାଲେରୀ ୭- ୭୦୦ ଟଙ୍କା
- ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା
- ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା
- ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା