ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ବା ୱିମେନ୍ସ ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ୨୦୨୭ ପାଇଁ ସମସ୍ତ ୫ ପ୍ରାଞ୍ଚାଇଜ୍ ନିଜ ଦଳର ରିଟେନସନ୍ ତାଲିକା ଜାରି କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଜାଏଣ୍ଟସ୍ ରିଟେନସନ୍ ତାଲିକା ଜାରି କରିଛନ୍ତି । ଯେଉଁଥିରେ ବିଭିନ୍ନ ପ୍ରାଞ୍ଚାଇଜ୍ ନିଜ ଦଳରୁ ବଡ଼ ଖେଳାଳିଙ୍କୁ ବାହାର କରିଛନ୍ତି ।ଚଳିତ ବର୍ଷର ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗାମୀ WPL-୨୦୨୭ ପାଇଁ ଜାରି କରିଥିବା ରିଟେନସନ୍ ତାଲିକା ଜାରି କରିଛି । ଦଳରୁ ଲିନ୍ସି ସ୍ମିଥ୍, ଗ୍ରେସ୍ ହାରିସ୍, ଦୟାଲନ ହେମଲତା ଏବଂ ଗୌତମୀ ନାୟକଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି ।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନିଜ ଦଳରୁ ଏଲାନା କିଙ୍ଗ୍, ଏଡଲା ଷ୍ଟ୍ରୁଜ୍ନା, ଲିଜେଲ୍ ଲି, ପ୍ରଗତି ସିଂହ, ସ୍ନେହା ରାଣା ଏବଂ ତାନିୟା ଭାଟିଆଙ୍କୁ ବାହାର କରିଦେଇଛି । ଏନାବେଲ୍ ସଦରଲ୍ୟାଣ୍ଡ, ଚିନେଲ ହେନରୀ, ଦୀୟା ଯାଦବ, ଜେମିମା ରୋଡ୍ରିଗ୍ସ, ଲୌରା ବୋଲ୍ୱାର୍ଡଟ୍, ଲକି ହେମିଲଟର, ମମତା ମଦିୱାଲା, ମାରିଜାନେ କାପ, ମିନ୍ନୁ ମନୀ, ଏନ୍ ଶ୍ରୀ ଚରଣୀ, ନନ୍ଦିନୀ ଶର୍ମା, ନିକୀ ପ୍ରସାଦ ଶୈଫାଳୀ ବର୍ମାଙ୍କୁ ଦଳରେ ରଖିଛି ।
ଦୁଇ ଦୁଇ ଥର ବିଜୟୀ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ କମଳିନୀ, ମିଲ୍ଲୀ ଇଲିଂଗୱର୍ଥ, କ୍ରାନ୍ତି ରେଡ୍ଡୀ, ପୁନକ ଖେମନାର, ସୈକା ଇଶାକ ଏବଂ ତ୍ରିବେଣୀ ବଶିଷ୍ଠଙ୍କୁ ମୁକ୍ତ କରିଛି । ଅମନଜୋତ କୌର, ହରମନପ୍ରୀତ କୌର, ହେଲି ମାଥ୍ୟୁସ, ରାହିଲା ଫିର୍ଦୋସ୍, ଶବନିମ୍ ଇସ୍ମାଇଲ୍, ଅମେଲିଆ, ନଟାଲିଏ, ସଜିବନ, ନିକୋଲା ଏବଂ ସଂସ୍କୃତି ଗୁପ୍ତା ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।
ୟୁପି ୱାରିୟର୍ସ ଆଶା ଶୋଭନା, ଶ୍ୱେତା ସେହରାୱତ, କିରଣ ନବଗିରେ, ଡିଏଣ୍ଡ୍ରା ଡଟିନ୍, ଏମି ଜୋନ୍ସ ଏବଂ କ୍ଲୋ ଟ୍ରାୟନ୍ଙ୍କୁ ଦଳରୁ ମୁକ୍ତ କରିଛି। ଗତ ସିଜିନ୍ରେ ୟୁପି ୱାରିୟର୍ସ ଭଲ ପ୍ରଦର୍ଶନ କରିପାରିନଥିଲେ । ତେଣୁ ଦଳ ନୂଆ ଖେଳାଳି ଏବଂ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ଦେବାକୁ ଚେଷ୍ଟା କରିବ ।
ଗୁଜୁରାଟ ଜାଏଣ୍ଟସ୍ ଅନୁଷ୍କା ଶର୍ମା, ଭାରତୀ, ଜିନ୍ତିମଣୀ କଲିତା, କିମ୍ ଗର୍ଥ, ସୋଫି ଡିଭାଇନ୍, ଗାର୍ଡନର୍, ଜର୍ଜିଆ, କନିକା ଆହୁଜା, ରାଜେଶ୍ୱରୀ ଗାୟକୱାଡ଼, ତନୁଜା କନୱାର, ବେଥ୍ ମୁନୀ, ହାପି କୁମାରୀ, କାଶଭି ଗୌତମ, ରେଣୁକା ଏବଂ ୟାସ୍ତିକା ଦଳରେ ରଖିଛି । ଅନ୍ୟପକ୍ଷେ ଡାନି ୱାଏଟ୍-ହୋଜ୍, ଆୟୁଶି ସୋନି, ତିତାସ ସାଧୁ ଏବଂ ଶିବାନୀ ସିଂଙ୍କୁ ମୁକ୍ତ କରିଛି ।
WPL ନିୟମ ଅନୁସାରେ ଗୋଟିଏ ଫ୍ରାଞ୍ଚାଇଜ୍ ନିଜ ପାଖରେ ଅତିବେଶୀରେ ୧୮ ଜଣ ଖେଳାଳିଙ୍କୁ ରଖି ପାରିବ । ଯେଉଁଥିରେ ଅତିବେଶୀରେ ୬ ଜଣ ବିଦେଶୀ ଖେଳାଳି ରହିବେ ଏବଂ ବାକି ୧୨ ଜଣ ଭାରତୀୟ ଖେଳାଳି ରହିବେ । ଅକ୍ଟୋବର ୨୮ ତାରିଖରେ କୋଚିଠାରେ ମହିଳା ପ୍ରିମିୟର ଲିଗ୍ର ନିଲାମ ଅନୁଷ୍ଠିତ ହେବ। ଟାଟା ମହିଳା ପ୍ରିମିୟର ଲିଗ୍ର ୨୦୨୭ ସଂସ୍କରଣ ଜାନୁଆରୀ ୧୪ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ଖେଳାଯିବ।