ପୁରୀ :ଦୀର୍ଘ ପ୍ରତୀକ୍ଷାର ହେବ ଅନ୍ତ। ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ଵାର ଖୋଲିବ। ଦୀର୍ଘ ବର୍ଷ ଧରି ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ବନ୍ଦ ରହିବା ପରେ କାଲିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ।
ଧାର୍ଯ୍ୟ ହୋଇଥିବା ନିୟମ ଅନୁଯାୟୀ ଶ୍ରଦ୍ଧାଳୁମାନେ ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଯାଇ ଆଡ଼ପ ମଣ୍ଡପ ଦର୍ଶନ କରିପାରିବେ। ପ୍ରଥମ ୩ ଦିନ ଅର୍ଥାତ୍ ୩୦ ସେପ୍ଟେମ୍ବରରୁ ୨ ଅକ୍ଟୋବର ଭକ୍ତଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ। ଏହାପରେ ପ୍ରତି ଶ୍ରଦ୍ଧାଳୁଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ଛୋଟ ପିଲା ଏବଂ ଭିନ୍ନକ୍ଷମମାନଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ଲାଗିବ ନାହିଁ।ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ସୁରକ୍ଷା ବ୍ୟବସ୍ଥା, ଟିକେଟ କାଉଣ୍ଟର ଓ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଛି। ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ ।