ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଆଜି ଶେଷ ହୋଇଛିି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ଅକ୍ଟୋବର ୮ରେ ମାମଲାର ଶୁଣାଣି ହେବ। ଏହିଦିନ ଓଡ଼ିଶା ପରି ଝାଡ଼ଖଣ୍ଡ ସମାନ ମାମଲା ହୋଇଥିବାରୁ ଦୁଇ ରାଜ୍ୟର ମାମଲାର ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ।
ଗତ ଶୁଣାଣିରେ ସଂପୃକ୍ତ ସମସ୍ତ ପକ୍ଷ ନିଜ ନିଜର ତଥ୍ୟ ଓ ତର୍କ ରଖି ସାରିଛନ୍ତି। ଆଉ ଦୁଇଟି ପ୍ରଶ୍ନ ଉପରେ ରାଜ୍ୟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସତ୍ୟପାଠ ଦାଖଲ ହୋଇଛି।
ସୂଚନା ରହିଛି କି ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ଦୁଇଟି ପ୍ରଶ୍ନ କରିଥିଲେ ଯେ, କାହିଁକି ଏକ୍ସ କ୍ୟାଡର ପୋଷ୍ଟ ଦରକାର ପଡ଼ିଲା ? ଅନ୍ୟଟି ୨ଏ ବଂ ୨ବି, ଯଦି ଆପଣଙ୍କ ପାଖରେ ଯୋଗ୍ୟ ତିନି ଜଣ କ୍ୟାଡରର ଆଇପିଏସ ଅଫିସର ଥିଲେ ଏବଂ ନାଁ ମଧ୍ୟ ସୁପାରିଶ ହୋଇ ସାରିଥିଲା, ତେବେ ପ୍ରକାଶ ସିଂ ଗାଇଡଲାଇନ ଅନୁସାରେ ନିଯୁକ୍ତ ନଦେଇ କାହିଁକି ପୁଣି ନାଁ ଯୋଡ଼ିଲେ। ଏହା ଉପରେ ନିଜର ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ କହିଛନ୍ତି ଯେ, ଏକ ଲାର୍ଜର ପୁଲ୍ ପାଇଁ ଏମିତି ନିଷ୍ପତ୍ତି ନିଆଯାଇଥିଲା। ସରକାର ଉଭୟ ଗ୍ରୁହମନ୍ତ୍ରଣାଳୟ ଏବଂ ପ୍ରକାଶ ସିଂ ଗାଇଡଲାଇନର ଅନୁସରଣ କରିଛନ୍ତି।