ନୂଆଦିଲ୍ଲୀ: ବିଥ୍ୟା ରାମରାଜ୍ ଦୌଡ଼ ରାଣୀ ପି.ଟି. ଉଷାଙ୍କ ଭାରତୀୟ ଆଥଲେଟିକ୍ସର ଏକ ଦୀର୍ଘ ୪୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ସୋମବାର ଏସୀୟ କ୍ରୀଡ଼ାରେ ମହିଳା ୪୦୦ ମିଟର ହର୍ଡଲ୍ସ (ବାଧା ଦୌଡ଼) ପ୍ରତିଯୋଗିତାରେ ରାମରାଜ୍ କାଂସ୍ୟ ପଦକ ଜିତିଛନ୍ତି । ସହ ପି.ଟି. ଉଷାଙ୍କ ୪୨ ବର୍ଷ ପୁରୁଣା ରେକର୍ଡକୁ ଅତିକ୍ରମ କରିଛନ୍ତି।
୨୮ ବର୍ଷୀୟା ରାମରାଜ୍ ଏସୀୟ କ୍ରୀଡ଼ାରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ୫୪.୭୫ ସେକେଣ୍ଡରେ ତୃତୀୟ ସ୍ଥାନରେ ରହିଥିଲେ । ଏହା ଦ୍ୱାରା ସେ ଏକ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଏଥିସହ ପି.ଟି ଉଷାଙ୍କ ରେକର୍ଡ ଭାଙ୍ଗିଛନ୍ତି । ପି.ଟି ଉଷା ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ୫୫.୪୨ ସେକେଣ୍ଡରେ ଦୌଡ଼ ଶେଷ କରିଥିଲେ । ଏହା ପରେ କେହି ଉଷାଙ୍କ ରେକର୍ଡ ଭାଙ୍ଗି ପାରି ନ ଥିଲେ ।
ବିଥ୍ୟା ପୂର୍ବରୁ ୨୦୨୩ ଏସୀୟ କ୍ରୀଡ଼ାରେ ୫୫.୪୨ ସେକେଣ୍ଡ ସମୟ ନେଇ ପି.ଟି. ଉଷାଙ୍କ ରେକର୍ଡ ସହ ସମାନ ସ୍ଥିତିରେ ପହଞ୍ଚିଥିଲେ । ସେ ଏସୀୟ କ୍ରୀଡ଼ାରେ ଦ୍ୱିତୀୟ ପଦକ ଜିତିଛନ୍ତି। ଏହା ପୂର୍ବରୁ, ସେ ମିଶ୍ରିତ ୪x୧୦୦ ମିଟର ରିଲେ ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ।