ଅଡୁଆରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ । କରୀନାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ତେବେ କରୀନାଙ୍କର ପ୍ରେଗେନ୍ସି ବିଷୟରେ ଥିବା ପୁସ୍ତକର ଟାଇଟଲ 'ପ୍ରେଗେନ୍ସି ବାଇବେଲ' ସୃଷ୍ଟି କରିଛି ବିବାଦ । ବୁକର ଟାଇଟଲରେ ଥିବା ବାଇବେଲ ଶବ୍ଦକୁ ନେଇ ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ଜବଲପୁରର ଖ୍ରୀଷ୍ଟୋଫର ଆନ୍ଥୋନୀ ନାମକ ଜଣେ ବ୍ୟକ୍ତି ବୁକ ଟାଇଟଲରେ ଥିବା ବାଇବେଲ ଶବ୍ଦର ବ୍ୟବହାରରେ ଆପତ୍ତି ଆଣି ଏକ ପିଟିସନ ଦାଖଲ କରିଥିଲେ । ଓକିଲ କ୍ରିଷ୍ଟୋଫର ଆନ୍ଥୋନିଙ୍କ ଦ୍ବାରା ଫାଇଲ କରାଯାଇଥିବା ପିଟିସନର ଜବାବରେ ଜଷ୍ଟିସ ଗୁରୁପାଲ ସିଂ ଅଲୁୱାଲିଆ ଉତ୍ତର ରଖିଛନ୍ତି । କ୍ରିଷ୍ଟୋଫରଙ୍କ ପିଟିସନ ଅନୁଯାୟୀ, ବୁକ ଟାଇଟଲ ପାଇଁ ବ୍ୟବହାର ହୋଇଥିବା ବାଇବେଲ ଶବ୍ଦ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ବିଶ୍ବାସକୁ ଆଘାତ ଦେଇଛି।
ପ୍ରକାଶ ଥାଉକି, ପୋଲିସ ଏକ ମାମଲାରେ କେସ ଫାଇଲ କରିବା ପାଇଁ ମନା କରିଦେଇଥିଲେ । ପରେ ଓକିଲ ଆନ୍ଥୋନି ଏହାର ସମାଧାନ ନେଇ ମାଜିଷ୍ଟ୍ରେଟ କୋର୍ଟରେ ଏକ ବ୍ୟକ୍ତିଗତ ଅଭିଯୋଗ ଆଣି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । 'ବାଇବେଲ' ଶବ୍ଦର ବ୍ୟବହାର ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ କିପରି ଆଘାତ ଦେଇଛି ତାହା ଆନ୍ଥୋନି ତର୍କଗତ ଭାବରେ ପ୍ରମାଣ କରିପାରିନଥିଲେ । ଫଳରେ ମାଜିଷ୍ଟ୍ରେଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ପରବର୍ତ୍ତୀ ସମୟରେ, ଆନ୍ଥୋନୀ ଅତିରିକ୍ତ ସେସନ କୋର୍ଟ ନିକଟକୁ ଯାଇଥିଲେ । ହେଲେ ସେଠାରେ ମଧ୍ୟ ସେ ନିରାଶ ହେବା ପରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
ଅଧିକା ପଢନ୍ତୁ:୩୫ ବର୍ଷ ବୟସରେ ପାଦ ରଖିଲେ ବିଜୟ