ଭୁବନେଶ୍ୱର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ପରିସର ଏବଂ ଗୃହ ଭିତରେ ପ୍ରବଳ ହଙ୍ଗାମା ହେବାର ଆଶଙ୍କା ରହିଛି। ବିଭିନ୍ନ ପ୍ରସଙ୍ଗକୁ ଆୟୁଧ କରି ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିଛନ୍ତି।
ପୁସ୍ତକ ମୁଦ୍ରଣରେ ହୋଇଥିବା ତ୍ରୁଟିକୁ ନେଇ ବିଜୁ ଜନତା ଦଳ (ବିଜେଡି) ଗୃହ ଭିତରୁ ବାହାର ପର୍ଯ୍ୟନ୍ତ ସରକାରଙ୍କୁ କାଠଗଡ଼ାକୁ ଠିଆ କରାଇବାକୁ ପ୍ରସ୍ତୁତ ହୋଇଛି। ସେହିପରି କଂଗ୍ରେସ ପକ୍ଷରୁ ଏମଏମଡିଆ (MMDR) ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ପ୍ରୟାସ କରାଯିବ। ଏଭଳି ପରିସ୍ଥିତିରେ ଆଜି ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଜାରି ରହିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ଆଜିର ପ୍ରଶ୍ନକାଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଆଜିର କାର୍ଯ୍ୟସୂଚୀରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମଏସ୍ଏମ୍ଇ (MSME) ତଥା ବିଜ୍ଞାନ ଓ କାରିଗରୀ ବିଭାଗ ସାମିଲ ରହିଛି। ତେବେ ଗୃହରେ ହଙ୍ଗାମା ମଧ୍ୟରେ ଏହି ବିଭାଗଗୁଡ଼ିକର ଉତ୍ତର କିପରି ରଖାଯିବ, ସେନେଇ ସମସ୍ତଙ୍କ ନଜର ରହିଛି
Also Read: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ