ନ୍ୟୁୟର୍କ ମେଟ୍ ଗାଲା-୨୦୨୪ ରେର୍ଡ କାର୍ପେଟରେ ଫ୍ୟାଶନ ପ୍ରଦର୍ଶନ କରିଛନ୍ତି ବଲିଉଡର ଗଙ୍ଗୁବାଇ ଆଲିୟା । ଏହି ଖାସ୍ ଅବସରରେ ସେ 'ଦ ଗାର୍ଡେନ୍ ଅଫ୍ ଟାଇମ୍’ ଥିମ୍ ଉପରେ ଆଧାରିତ ଶାଢ଼ି ପିନ୍ଧିଛନ୍ତି । ଏହାକୁ ଡିଜାଇନ୍ କରିଛନ୍ତି ସବ୍ୟସାଚୀ ମୁଖାର୍ଜୀ । ବିଶ୍ଵର ଏହି ସବୁଠୁ ବଡ଼ ଫ୍ୟାଶନ୍ ମେଳାରେ ଆଲିୟା ୨ୟ ଥର ସାମିଲ ହୋଇଛନ୍ତି । କିନ୍ତୁ ପ୍ରଥମ ଥର ସେ ଶାଢ଼ି ପିନ୍ଧିଛନ୍ତି । ସେ କହିଛନ୍ତି, ଡ୍ରେସ୍ କୋଡ୍ ‘ଦ ଗର୍ଡେନ୍ ଅଫ୍ ଗଇମ୍' ବିଷୟରେ ସେ ଯେତେବେଳେ ଚିନ୍ତା କଲେ, ଶାଢ଼ିଠୁ ଭଲ ସର୍ବକାଳୀନ ଫ୍ୟାଶନ୍ ଆଉ କିଛି ହୋଇପାରେ ନାହିଁ ବୋଲି ତାଙ୍କ ମନକୁ ଆସିଲା । ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ଶେୟାର କରି ଆଲିୟା କହିଛତି, ମୋଟ୍ ୧୬୩ ଜଣ କାରିଗର ମିଶି ତାଙ୍କ ଶାଢ଼ିକୁ ପ୍ରସ୍ତୁତ କରିଛନ୍ତି । ଏହାର ପ୍ରସ୍ତୁତିରେ ପ୍ରାୟ ୧୯୬୫ ଘଣ୍ଟା ସମୟ ଲାଗିଛି। ଫ୍ଲୋରାଲ ଶାଢ଼ି ସହିତ ପ୍ରଜାପତି ଡିଜାଇନ୍ ବ୍ଲାଉଜ୍ରେ ରଫଲ୍ ହାତ ତାଙ୍କୁ ଖୁବ୍ ମାନୁଥିଲା । ତେବେ ଫ୍ୟାନ୍ସ ତାଙ୍କ ଲୁକ୍କୁ ଦାପିକା ପାଦୁକୋନ ଓ କ୍ୟାଟ୍ରିନା କୈଫ୍ଙ୍କ ପୁରୁଣା ଲୁକ୍ ସହ ତୁଳନା କରିଛନ୍ତି । ଏ ଥର ମେଟ୍ ଗାଲାରେ ମୁକେଶ ଅମ୍ବନିଙ୍କ ଝିଅ ଈଶା ଅମ୍ବାନି ବି ନଜର ଆସିଥିଲେ । ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର ରାହୁଲ ମିଶ୍ରାଙ୍କ ଗୋଲ୍ଡେନ୍ ଶିମରି ଗାଇନ୍ରେ ସେ ରେଡ୍ କାର୍ପେଟ୍କୁ ଓହ୍ଲାଇଥିଲେ I ଈଶାଙ୍କ ଗାଉନ୍ ତିଆରି ଲାଗି ୧୦ ହଜାର ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ଅଧିକା ପଢନ୍ତୁ : ଓଟିଟିରେ ଧମାଲ କରୁଛି “ହୀରାମଣ୍ତି”