୫୭ ବର୍ଷ ବୟସରେ ପାଦ ରଖିଲେ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତ ନିଜ ଦମଦାର ଅଭିନୟ ସହ ନିଜ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନେର ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ମାଧୁରୀ ଦୀକ୍ଷିତ୍ ହିନ୍ଦୀ ଚ୍ଚଳଚ୍ଚିତ୍ରକୁ ଏପରି ଏକ ମୋଡ ଦେଇଥିଲେ ଯେ, ଯେଉଁଥି ପାଇଁ ଆଜିର ଅଭିନେତ୍ରୀମାନେ ତାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି। ମାଧୁରୀ ଜନ୍ମଦିନ ଅବସରରେ ଝାଡଖଣ୍ଡ ଜାମସେଦପୁରର ଜଣେ ଫ୍ୟାନ ଖାସ୍ ଅନ୍ଦାଜରେ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ ପାଳନ କରିବା ସହ ଭୋଟରଙ୍କୁ ମତଦାନ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି।
୧୯୬୭ ମସିହା ମେ ୧୫ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ମାଧୁରୀ ଦୀକ୍ଷିତ। ସେ ପିଲା ଦିନରୁ ହିଁ ଜଣେ ଅଭିନେତ୍ରୀ ହେବ ପାଇଁ ଚାଁହୁଥିଲେ। ୧୯୮୪ ମସିହାରେ ଅବଦ ନାଟକରେ ଏକ ପ୍ରମୁଖ ଭୂମିକା ଅଭିନୟ ଆରମ୍ଭ କରିଥିଲେ। କିଛି କ୍ରମାଗତ ଭାବରେ ଚଳଚ୍ଚିତ୍ରରେ ବିଫଳତା ପାଇଥିଲେ ମଧ୍ୟ ତାଙ୍କୁ ୧୯୮୮ ମସିହାରେ ତାଙ୍କର ପ୍ରଥମ ହିନ୍ଦୀ ଚଳଚିତ୍ର ମିଳିଥିଲା। ସେ ଆକ୍ସନ୍ ଡ୍ରାମା ତେଜାବ ଚଳଚିତ୍ରରେ ଅଭିନୟ କରି ଖୁବ ଲୋକ ପ୍ରିୟତା ହାସଲ କରିଥିଲେ। ଦିଲ୍ , ହମ୍ ଆପକେ ହେନ୍ କୋନ,ଦିଲ୍ ତୋ ପାଗଲ୍ ହେ ସେହିପରି ଅନେକ ଚଳଚିତ୍ର ରେ ଅଭିନୟ କରିଥିଲେ। ତେବେ ଆଜି ତାଙ୍କର ଜନ୍ମଦିନରେ ଫ୍ୟାନ୍ସମାନଙ୍କର ସୂବେଛ ସୁଅ ଛଟୁଛି।