ଆଜି ହେଉଛି ଅନିଷ୍କା ଶର୍ମାଙ୍କର ଜନ୍ମଦିନ । ଅନୁଷ୍କା ଶର୍ମା ଆଜି 36 ବର୍ଷ ବୟସରେ ପାଦ ରଖିଛନ୍ତି । ସେ ବଲିଉଡର ନାମୀ ଦାମୀ ଅଭିନେତ୍ରୀଙ୍କ ଭିତରୁ ଜଣେ। ସେ ତାଙ୍କ କ୍ୟାରିୟର ରବ ନେ ବନାଦୀ ଯୋଗୀରୁ ଆରମ୍ଭ କରିଛନ୍ତି । ତାଙ୍କ ଅପୋଜିଟରେ ଥିଲେ କିଙ୍ଗ୍ ଖାନ ଶାହାରୁଖାନ୍ । ଏହି ମୁଭି ବକ୍ସ ଅଫିସରେ ଧମାଲ ମଚେଇଥିଲା ଏବଂ ବହୁତ ପଇସା ରୋଜଗାର ମଧ୍ୟ କରିଥିଲା । ଅନୁଷ୍କା ଶର୍ମା ବହୁତ ହିଟ୍ ମୁଭି କରିଛନ୍ତି । କିନ୍ତୁ କିଛି ବର୍ଷ ହେଲା ଅନୁଷ୍କା ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି କିନ୍ତୁ ତାଙ୍କର ରୋଜଗାରରେ କୌଣସି ପରୁବର୍ତ୍ତନ ଦେଖାଯାଇନି ।
ତେବେ ଅନୁଷ୍କା ଫିଲ୍ମ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଅନୁଷ୍କା ଏକ ବିଜ୍ଞାପନ ପାଇଁ ୩ କୋଟି ଟଙ୍କା ନିଅନ୍ତି । ଏବେ ଅଭିନେତ୍ରୀଙ୍କ ପାଖରେ ୧୭ଟି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ କଣ୍ଟାକ୍ଟ ଅଛି। ଅନୁଷ୍କା ଶର୍ମା ହେଉଛନ୍ତି ଶ୍ୟାମ ଷ୍ଟିଲ ଏବଂ ମିନ୍ତ୍ରାର ବ୍ରାଣ୍ଡ ଆମ୍ବାସାଡର । ତାଙ୍କର ନିଜର ଏକ କ୍ଲୋଜିଙ୍ଗ୍ ବ୍ରାଣ୍ଡ୍ Nush ମଧ୍ୟ ଅଛି । ଏହାର ମାର୍କେଟ ଭ୍ୟାଲୁ ୬୫ କୋଟି ଟଙ୍କା ବୋଲି କୁହାଯାଉଛି। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ଅନୁଷ୍କା ଶର୍ମାଙ୍କ ମୋଟ ନେଟ୍ ମୂଲ୍ୟ ପ୍ରାୟ ୨୫୫ କୋଟି ଟଙ୍କା ହେବ।
ଅଧିକା ପଢନ୍ତୁ:ଭୋଜପୁରୀ ଅଭିନେତ୍ରୀ ଅମ୍ରିତା ଆଉ ନାହାଁନ୍ତି