ନୂଆଦିଲ୍ଲୀ: ଆଗକୁ ଦଶହରା ଓ ଦୀପାବଳି ଆସୁଛି । ଏହି ସମୟରେ ଯାତ୍ରା ସଂଖ୍ୟା ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ସାରା ଦେଶରେ ମୋଟ ୧୦୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏଥିପାଇଁ ଆସନ୍ତାକାଲିଠାରୁ ବୁକିଂ ଆରମ୍ଭ ହେବ ।
ଏହି ୧୦୨ଟି ଟ୍ରେନ ଦେଶର ବିଭିନ୍ନ ସହର ଚେନ୍ନାଇ, ମୁମ୍ବାଇ, ଲାତୁର, କୋହ୍ଲାପୁର, କଲବୁରଗୀ ଚଳାଚଳ କରିବ । ମୁମ୍ବାଇରୁ ଚେନ୍ନାଇ, ମୁମ୍ବାଇରୁ ଲାତୁର, କୋହ୍ଲାପୁର-କଲବୁରଗୀକୁ ପାର୍ବଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ମୁମ୍ବାଇରୁ ଚେନ୍ନାଇ ମଧ୍ୟରେ ଦାଦର, ଥାନେ, କଲ୍ୟାଣ, ଲୋନାଭାଲା, ପୁଣେ, ଡାଉଣ୍ଡ, କୁର୍ଦ୍ଦୱାଡି, ସୋଲାପୁର, କାଲାବୁରାଗି, ୱାଡି, ରାଇଚୁର, ମନ୍ତ୍ରରାୟମ ରୋଡ, ଆଡୋନି, ଗୁଣ୍ଟାକାଲ, ଗୁଟି, ତାଡିପାଟ୍ରି, ୟେରାଗୁଣ୍ଟଲା, କାଦପା, ରେନିଗୁଣ୍ଟା, ଆରାକୋନମ୍, ଏବଂ ପେରାମବୁରରେ ଟ୍ରେନ୍ ଅଟକିବ । ମୁମ୍ବାଇରୁ ଲାତୁର ମଧ୍ୟରେ ଦାଦର, ଥାନେ, କଲ୍ୟାଣ, ଲୋନାଭାଲା, ପୁଣେ, ଉରୁଲି, ଡାଉଣ୍ଡ, ଭୀଗୱାନ୍, ଜେଜୁରୀ, କୁର୍ଡୱାଡି, ବାର୍ସି ଟାଉନ୍, ଧରସିଭ, ଏବଂ ହରଙ୍ଗୁଲ ଷ୍ଟପେଜରେ ଟ୍ରେନ ରହଣି କରିବ । ହାଟକଙ୍ଗଲେ, ଜୟସିଂପୁର, ମିରାଜ ଜଙ୍କସନ, ଆରାଗ, ବେଲାନକି, ସୁଲଗେରେ, କଭଥେ ମହାନକଲ, ଲଙ୍ଗରପେଟ, ମାଲେଗାଓଁ, ମାସୋବା ଡୋଙ୍ଗରଗାଓଁ, ଜାଭେଲ, ଭାସୁଦ, ସାଙ୍ଗୋଲା ଓ ପଂଢରପୁର ଆଦି ଷ୍ଟେସନରେ ଅଟକିବ । ସମସ୍ତ ଟ୍ରେନ୍ ସପ୍ତାହ ଏକାଧିକ ବାର ଯାତାୟତ କରିବ ।