ଭୋଜପୁରୀ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ ଅମ୍ରିତା ପାଣ୍ତେ ଜୀବନ ହାରି ଦେଇଛନ୍ତି । ବିହାରର ଭାଗଲପୁର ଜୋଗସରା ଅଞ୍ଚଳରେ ଗୋଟେ ଆର୍ପାଟମେଣ୍ଟରୁ ତାଙ୍କର ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ପ୍ରଥମେ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା । ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତାର ତଦନ୍ତ ଆରମ୍ଭ କରିଛି । ତେବେ ମୃତର କିଛି ସମୟ ପୂର୍ବରୁ ସେ ତାଙ୍କ ହ୍ୱାଟସପ୍ ଷ୍ଟାଟସରେ ଲେଖିଥିଲେ “ତାଙ୍କ ଜୀବନ ଦୁଇ ଡଙ୍ଗାରେ ରହିଛି ଆମେ ଆମ ଡଙ୍ଗା ଟିକୁ ବୁଡାଇ ଦେଇ ତାଙ୍କ ବାଟ ଟାକୁ ସହଜ କରିଦେଇଛୁ”। ତେବେ ସୋସିଆଲ ମିଡିଆରେ ଏହି ଷ୍ଟାଟସଟି ଭାଇରାଲ ହେବାରେ ଲାଗିଛି । ଅମ୍ରିତା ଭୋଜପୁରୀ ଅଭିନେତ୍ର ସହ ଜସେ କିଛି ହିନ୍ଦି ଚଳଚିତ୍ର, କିଛି ୱେବସିରିଜ ଏବଂ କିଛି ବିଜ୍ଞାପନରେ ମଧ୍ୟ ଆକ୍ଟିଙ୍ଗି କରିଛନ୍ତି । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ତାଙ୍କ କ୍ୟାରିୟରକୁ ନେଇ ବହୁତ ଚିନ୍ତିତ ରହୁଥିଲେ ଏବଂ ଏହାକୁ ନେଇ ସେ ଅବସାଦର ଶିକାର ମଧ୍ୟ ହେଉଥିଲେ । ତାଙ୍କୁ କାମ ମିଳୁ ନଥିବାରୁ ସେ ବହୁତ ଚିନ୍ତିତ ରହୁଥିଲେ । 2022ରେ ତାଙ୍କର ବାହାଘର ହୋଇଥିଲା ସେ ଜଣେ ଆନିମେସନ ଇଞ୍ଜିନିୟର ଅଟନ୍ତି । ତେବେ କିଛି ଦିନ ପୂର୍ବରରୁ ତାଙ୍କର ୱେବସିରିଜ “ପ୍ରତିଶୋଧ” ରିଲଜ ହୋଇଥିଲା ।
ଅଧିକା ପଢନ୍ତୁ : ଗିରଫ ହେଲେ ଅଭିନେତା ସାହିଲ ଖାନ୍