ଗିରଫ ହେଲେ ଅଭିନେତା ସାହିଲ ଖାନ୍। ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ମୁମ୍ବାଇ ପୋଲି ତାଙ୍କୁ ଆଜି ଗିରଫ କରିଛି। ତେବେ ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିଲା ମୁମ୍ବାଇ ପୋଲିସ। ପୂର୍ବରୁ ମଧ୍ୟ ଅନେକ ଅଭିନେତା ଏହି ମାମଲାରେ ଗିରଫ ହୋଇଛନ୍ତି। ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଟିଏଫ୍ ଦ୍ଵାରା ସମସ୍ତ ବିଚାର ବିମର୍ଷ ପରେ ଏବଂ ସମସ୍ତ ପ୍ରମାଣ ତାଙ୍କ ବିରୋଧରେ ରହିଥିବାରୁ ସାହିଲ ଖାନଙ୍କୁ ଗିରଫ କରାଯାଇଛି। ତେବେ ସେ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି। ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିବା ପରେ ସମସ୍ତ ଘଟଣା ବାବଦେ ଅଧିକ ପଚରାଉଚରା କରୁଛି।