ସାଇବର ସେଲର ସମନ ପରେ ବି ହାଜର ହେଲେନି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ଆଇପିଏଲ ମ୍ୟାଚର ଅବୈଧ ସ୍କ୍ରିନିଂ ମାମଲାରେ ଫଶିଥିବା ଅଭିନେତ୍ରୀ ତମନ୍ନା ଭାଟ୍ଟିଆକୁ ସମନ ଯାରି କରିଥିଲା । ଆଜି ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା ହେଲେ ସେ ହାଜର ହୋଇନଥିଲେ । ମହାଦେବ ବେଟିଂ ଆପ୍ର ଅନ୍ୟ ଏକ ସହାୟକ ଆପ୍ ଫେୟାର୍ ପ୍ଲେ ଜରିଆରେ ୨୦୨୪ରେ ଆଇପିଏଲ୍ ମ୍ୟାଚ୍ର ବେଆଇନ୍ ରୂପେ ସ୍କ୍ରିନିଂ ହୋଇଥିଲା। ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏହି ଫେୟାର୍ ପ୍ଲେ'ର ବିଜ୍ଞାପନ କରିଥିଲେ। ଏଥିପାଇଁ ମହାରାଷ୍ଟ୍ର ସାଇବର୍ ପୁଲିସ ସାକ୍ଷୀ ରୂପେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କୁ ସମନ ପଠାଇଥିଲା। ଆଜି ତାଙ୍କୁ ସାଇବର୍ ସେଲ୍ରେ ହାଜର ହେବାର ଥିଲା। ତେବେ ସେ ଫିଲ୍ମ ଶୁଟିଂ ପାଇଁ ମୁମ୍ବାଇରୁ ବାହାରେ ଅଛନ୍ତି। ଏଥିଯୋଗୁ ସେ ଆଜି ହାଜର ହୋଇପାରିବେ ନାହିଁ ବୋଲି ତମନ୍ନାଙ୍କ ଓକିଲ କହିଛନ୍ତି। ଏଥିସହ ହାଜର ହେବା ପାଇଁ ସେ ନୂଆ ସମୟ ମାଗିଛନ୍ତି।
ଅଧିକା ପଢନ୍ତୁ:ଆଜି ହେଉଛି ଅନିଷ୍କା ଶର୍ମାଙ୍କର ଜନ୍ମଦିନ