ମାନୁଷୀ ଚିଲ୍ଲର 2017ରେ ମିସ୍ ୱାର୍ଲଡ ହୋଇଥିଲେ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ ପାଇଁ ତାଙ୍କୁ ନିରାମିଷାଶୀରୁ ଆମିଷାଶୀ ହେବାକୁ ପଡିଛି । ତେବେ ତାଙ୍କୁ ଏମିତି କାହିଁକି କରିବାକୁ ପଡ଼ିଲା, ଏକ ସାକ୍ଷାତକାରରେ ସେ ଖୁଲାସା କରିଛନ୍ତି । ସେ କହିଛନ୍ତି ‘ମୁଁ ଆଜି ପର୍ଯ୍ୟନ୍ତ ନିରାମିଷାଶୀ ଥିଲି। ଜୀବନରେ କଦାପି ଆମିଷ ଖାଇବି ନାହିଁ ବୋଲି ଭାବିଥିଲି। ତା'ପରେ ‘ବଡ଼େ ମିୟାଁ ଛୋଟେ ମିୟାଁ’ ଅଫର୍ ମିଳିଲା । ଏହି ସମୟରେ ମୁଁ କୋଭିଡ୍ ସଂକ୍ରମଣର ଶିକାର ହେଲି । ମୁଁ ବହୁତ ଭୟଭୀତ ହୋଇଯାଇଥିଲି, କାରଣ ‘ବଡ଼େ ମିୟାଁ...' ପାଇଁ ମୋତେ ମାଂସପେଶୀ ବଢ଼ାଇବାର ଥିଲା। ମୋ ବାପା ଯିଏକି ଜଣେ ଡାକ୍ତର, ମୋତେ ମାଂସ ଖାଇବାକୁ ପରାମର୍ଶ ଦେଲେ । ଏହି ସମୟରେ ସେ ମୋ ଖାଦ୍ୟପେୟ ଉପରେ ଖୁବ୍ ଧ୍ୟାନ ଦେଉଥିଲେ । ପାଖରେ ବସି ମୋତେ ଜବରଦସ୍ତି ଆମିଷ ଖୁଆଉଥିଲେ । ଫିଲ୍ମର ଅଧିକାଂଶ ସୁଟି ଜୋର୍ଡାନ, ସ୍କଟ୍ ଲ୍ୟାଣ୍ଡ ଓ ଲଣ୍ଡନରେ ହୋଇଥିଲା । ସ୍କଟ୍ଲ୍ୟାଣ୍ଡରେ ନିରାମିଷ ଖାଦ୍ୟ ବେଶି ମିଳୁନଥିଲା । ମାଂସ ମୋ ପାଇଁ ପ୍ରୋଟିନର ସହଜ ସ୍ରୋତ ପାଲଟିଥିଲା। ଗତ ୧୧ ତାରିଖରେ ଥିଏଟରକୁ ଆସିଥିବା ‘ବଡ଼େ ମୟାଁ ଛୋଟେ ମିୟାଁ’ରେ ମାନୁଷୀଙ୍କ ସହ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ୩୫୦ କୋଟି ବଜେଟ୍ରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସ୍ରେ ଖାସ୍ କମାଲ କରିପାରିନି। ୧୧ ଦିନରେ ଏହା ମାତ୍ର ୫୫ କୋଟି ବ୍ୟବସାୟ କରିପାରିଛି।
ଅଧିକା ପଢନ୍ତୁ: ଡିପ୍ ଫେକ୍ର ଶିକାର ପରେ ସାଇବର ଥାନାରେ ରଣବୀର ସିଂ..