ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ରାଜ୍ୟରେ ଜାରି ରହିଛି ଗୁଳୁଗୁଳି ସହ ଅସହ୍ୟ ତାତି ।ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଆଜି ୪୩ ଡିଗ୍ରୀ ତାପମାତ୍ରା ଉପରେ ରାଜ୍ୟର ୬ଟି ସହର । ୪୪ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ଓ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ ଅନୁସାରେ ଆଜି ଟିଟିଲାଗଡ଼ରେ ୪୩.୮ଡିଗ୍ରୀ ତାପମାତ୍ରା,ବଲାଙ୍ଗିର ୪୩.୭, ଭବାନୀପାଟଣା ୪୩ ଡିଗ୍ରୀ ,ନୟାଗଡ଼ ୪୩ ଡିଗ୍ରୀ,ଝାରସୁଗୁଡ଼ା ୪୨.୭, ମାଲକାନଗିରି ୪୨.୬, ସମ୍ବଲପୁର ୪୨.୫ ଡିଗ୍ରୀ,ତାଳଚେର ୪୨.୫, କେନ୍ଦୁଝର ୪୨.୪, ହୀରାକୁଦ ୪୨.୩, ବାରିପଦା ୪୨.୨ତାପମାତ୍ରା ରେକର୍ଡ ହୋଇଛି ।
ଆଜି ଟ୍ଵିନସିଟିରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୯.୭ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
ତେବେ ଆଗାମୀ ଦୁଇଦିନ ପରେ ରାଜ୍ୟରେ ୩ରୁ ୫ ଡିଗ୍ରୀ କମିବ ତାପମାତ୍ରା । ୨ ଦିନ ପରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଅଧିକ ପଢନ୍ତୁ :- ୨୪ ଘଣ୍ଟାରେ କାଳବୈଶାଖୀ!