ଦିନକୁ ଦିନ ନୂଆ ରେର୍କଡ ସୃଷ୍ଟି କରୁଛି 'ପୁଷ୍ପା ୨' ତେବେ ପୁଷ୍ପାର ପ୍ରଥମ ଭାଗ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଥିଲା । ତେବେ ପୁଷ୍ପର ଦୂତୀୟ ଭାଗ ଆଉ କିଛି ମାସ ପରେ ରିଲଜ ହେବାକୁ ଥିବା ବେଳେ ତାହା ମଧ୍ୟ ସୁପର ହିଟ ହେବ ଏ କଥା ଆମେ କହୁନୁ ଆଜ୍ଞା ଏ କାଥା ଦେଖୁଥିବା ପ୍ରତେକଟି ଦର୍ଶକ କହୁଛନ୍ତି । କାରଣ କିଛିଦିନ ତଳେ ମାନେ ସୁପରଷ୍ଟାର ଅଲୁଅର୍ଜୁନଙ୍କ ଜନ୍ମଦିନରେ ସର୍ବସାଧାରଣରେ କଆ ଆସିଥିବା 'ପୁଷ୍ପା ୨'ର ଟିଜରେ ଯାଇଥିବା ଭିୟୁଅର୍ଶ କହୁଛି । ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
ଏହି ଚଳଚ୍ଚିତ୍ରଟି ମୂଳତଃ ତାମିଲରେ ନିର୍ମିତ, କିନ୍ତୁ ଏହା ଭାରତର ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ୨୦୦ କୋଟି ଟଙ୍କା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, 'ପୁଷ୍ପା: ଦ ରୁଲ୍'ର ଡିଜିଟାଲ ଅଧିକାର ନେଟଫ୍ଲିକ୍ସରେ ୧୫୦ କୋଟି ଟଙ୍କାରେ ବିକ୍ରି ହୋଇଛି, ଯାହାକୁ ୩୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏକ ସୂତ୍ରରୁ ପ୍ରକାଶ ଯେ, “ଏହା ସମସ୍ତ ଭାଷା ପାଇଁ ଏକ ରେକର୍ଡ ଚୁକ୍ତି। 'ବାହୁବଲୀ ୨' ଏବଂ 'କେଜିଏଫ୍ ୨' ପାଇଁ ଏହି ଚୁକ୍ତି ୧୦୦ କୋଟି ଟଙ୍କାରେ କରାଯାଇଥିଲା। ‘ପୁଷ୍ପା-୨’ରେ ସବୁଠାରୁ ମହଙ୍ଗା ପ୍ୟାନ୍ ଇଣ୍ଡିଆ ଡିଲ୍ ହୋଇଯାଇଛି।”
ସୂତ୍ରରୁ ଆହୁରି ଜଣାପଡିଛି ଯେ 'ପୁଷ୍ପା ୨'ର ବକ୍ସ ଅଫିସ୍ ପରଫର୍ମାନ୍ସକୁ ନେଇ ମଧ୍ୟ ଚୁକ୍ତିନାମାରେ ପରିବର୍ତ୍ତନ କରାଯାଇପାରେ। ଏହାପୂର୍ବରୁ ସବୁଠାରୁ ବଡ ଡିଜିଟାଲ ଅଧିକାର ଚୁକ୍ତି ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ 'ଆରଆରଆର' ପାଇଁ ହୋଇଥିଲା। ଏହି ଚଳଚ୍ଚିତ୍ରଟି ୧୭୦ କୋଟି ଟଙ୍କାରେ ଡିଲ୍ ହୋଇଥିଲା।
ଅଧିକା ପଢନ୍ତୁ: କମ୍ବିଂ ବେଳେ ମାଓ କ୍ୟାମ୍ପ ଧ୍ବଂସ