କମ୍ବିଂ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା । ମାଓ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ । ସୂଚନା ଅନୁସାରେ, ରାଉରକେଲାର ସୀମାବର୍ତ୍ତୀ ଅଞ୍ଚଳ ସୋନୁଆ ଥାନା କେରାବୀର ଜଙ୍ଗଲରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ମାଓ କ୍ୟାମ୍ପକୁ ଧ୍ବଂସ କରିଛନ୍ତି । ମାଓ କ୍ୟାମ୍ପରୁ ସୁରକ୍ଷାକର୍ମୀମନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ । ଉକ୍ତ ଅଞ୍ଚଳରେ ସିଆରପିଏଫ୍ ଓ କୋବ୍ରା ବାହିନୀ କମ୍ବିଂ ଅପରେସନ ଜାରି କରିଥିବା ସମୟରେ ସଫଳତା ମିଳିଛି । ଆଗକୁ ନିର୍ବାଚନ ଆସୁଥିବାରୁ ନିର୍ବାଚନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସୁରକ୍ଷାକର୍ମୀମାନେ ମାଓ ପ୍ରବଣ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରଖିଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀମାନେ କେରାବୀର ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ସମୟରେ ମାଓ ସାମଗ୍ରୀ ଜବତ କରିଛନ୍ତି । ବର୍ତ୍ତମାନ ମଧ୍ୟ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି ।