ପବିତ୍ର ରାମ ନବମୀରେ ବ୍ଲକ୍ ବାଷ୍ଟର ହନୁମାନର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ଏହି ସିକ୍ୱେଲ୍ ଜୟ ହନୁମାନ ନାମରେ ଆସିବ । ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି। ଏହି ପୋଷ୍ଟରରେ ପ୍ରଭୁ ରାମ ଏବଂ ହନୁମାନ ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରଟିକୁ ଦେଖି ଦର୍ଶକଙ୍କ ମନରେ ଉତ୍ସାହ ଭରିଯାଇଛି । ଲାଗୁଛି ଯେପରି ଉଭୟ ପରସ୍ପରକୁ ପ୍ରତିଜ୍ଞା କରୁଛନ୍ତି। ଫିଲ୍ମର ଏହି ପୋଷ୍ଟରଟି ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏଥିରେ 'ବଚନଂ ଧର୍ମସ୍ୟ ରକ୍ଷଣଂ' ଲେଖାଯାଇଛି। ଏହାର ଅର୍ଥ ହେଉଛି, ତ୍ରେତୟାଯୁଗରେ ଏମିତି ଏକ ପବିତ୍ର ପ୍ରତିଜ୍ଞା କରାଯାଇଥିଲା ଯାହା କଳିଯୁଗରେ ରକ୍ଷା କରାଯିବ। ଏହି ଚଳଚ୍ଚିତ୍ରରେ ତେଜା ସଜ୍ଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସୂଚନାଥାଉ ଯେ କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା କହିଥିଲେ ଯେ ‘ଜୟ ହନୁମାନ’ ଏକ ପ୍ୟାନ୍ ଇଣ୍ଡିଆନ୍ ଫିଲ୍ମ ହେବାକୁ ଯାଉଥିବା ବେଳେ ଏଥିରେ କୌଣସି ବଲିଉଡ୍ ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସେ ଆହୁରି କହିଥିଲେ ଯେ “ମୁଁ ସେମାନଙ୍କ ଅଡିଶନ ନେବି, ମତେ ମେକ୍ଅପ୍, ଲୁକ୍ ଟେଷ୍ଟ୍ ଆହୁରି ଅନେକ କିଛି କରିବାରେ ଅଛି।
ଅଧିକା ପଢନ୍ତୁ:ସଲମାନ ଖାନଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ