ବଜରଙ୍ଗୀ ଭାଇଜାନ ସଲମାନ ଖାନଙ୍କର ସବୁଠାରୁ ସଫଳ ମୁଭି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମୁଭିଟି ଦର୍ଶକଙ୍କ ମନକୁ ବେଶ ଛୁଇଁ ଥିଲା । ମୁଭିଟି 2015ର ସବୁଠାରୁ ହିଟ୍ ମୁଭି ଭିତରୁ ଅନ୍ୟତମ । ତେବେ ଜେତେବେଳେ ଗୋଟେ ମୁଭିଟି ବକ୍ସଅଫିସରେ ହିଟ୍ ହୁଏ ଲୋକେ ତାର ଦ୍ୱିତୀୟ ଭାଗ ଦେଖିବାକୁ ବହୁତ ଉତ୍ସାହିତ ହୋଇଥାନ୍ତି । ତେବେ ବଜରଙ୍ଗୀ ଭାଇଜାନର ଦ୍ୱିତୀୟ ଭାଗ ଦେଖବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ଏବଂ ଅପେକ୍ଷା ମଧ୍ୟ କରିଛନ୍ତି । ତେବେ ଦର୍ଶକଙ୍କ ସବୁ ସମୟର ଅନ୍ତ ଘଟିବ କାରଣ ଆସିବାକୁ ଯାଉଛି ଭାଇଜାନଙ୍କର “ବଜରଙ୍ଗୀ ଭାଇଜାନ ୨” ।
‘ବଜରଙ୍ଗୀ ଭାଇଜାନ’ କବୀର ଖାନଙ୍କ ନିର୍ଦ୍ଦେଶିତ ହୋଇଥିବାବେଳେ ଫିଲ୍ମର କାହାଣୀ ବିଜୟେନ୍ଦ୍ର ପ୍ରସାଦ ଲେଖିଥିଲେ। ବିଜୟେନ୍ଦ୍ର ପ୍ରସାଦ ଦକ୍ଷିଣର ଜଣେ ଜଣାଶୁଣା ଲେଖକ ଏବଂ ତାଙ୍କ ଦ୍ୱାରା ଲିଖିତ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଏତେ ମାତ୍ରାରେ ପ୍ରଭାବ ପକେଇଛି ଯେ କେହି ଏହାକୁ ଭୁଲିପାରିବେ ନାହିଁ। ସବୁଠାରୁ ବଡ କଥା ହେଲା ସେ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ପିତା ମଧ୍ୟ। ସେ ‘ବାହୁବଲୀ’ ଭଳି ଚଳଚ୍ଚିତ୍ରର ଲେଖକ ମଧ୍ୟ। ସେ ମଧ୍ୟ ‘ବଜରଙ୍ଗୀ ଭାଇଜାନ ୨’ର କାହାଣୀ ଲେଖୁଛନ୍ତି।
ଅଧିକା ପଢନ୍ତୁ: ପବିତ୍ର ରାମ ନବମୀରେ ବ୍ଲକ୍ ବାଷ୍ଟର ହନୁମାନର ନୂଆ ପୋଷ୍ଟର ରିଲିଜ୍ ହୋଇଛି