ପ୍ରିୟଙ୍କା ଗାନ୍ଧିଙ୍କୁ ସନ୍ନି ଲିଓନିଙ୍କ ସହ ତୁଳନା କଲେ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀ
Khabar Odisha:bollywood-india-actress-payal-rohtagi-attacks-priyanka-gandhi
ନୂଆଦିଲ୍ଲୀ, ଜାନୁଆରୀ ୨୬ (ଖବର ଓଡିଶା):

ପ୍ରିୟଙ୍କା ଗାନ୍ଧି ପ୍ରତ୍ୟକ୍ଷ ଭାବେ କଂଗ୍ରେସ ରାଜନୀତିରେ ପ୍ରବେଶ କରିବା ପରେ ଲଗାତାର ଭାବେ ବୟାନବାଜି ଜାରି ରହିଛି । ଏହି ମଧ୍ୟରେ ଲୋକପ୍ରିୟ ଅଭିନେତ୍ରୀ ପାୟଲ ରୋହତଗୀ ପ୍ରିୟଙ୍କାଙ୍କୁ ପନ୍ନଷ୍ଟାର ସନି ଲିଓନିଙ୍କ ସହ ତୁଳନା କରିଛନ୍ତି । ଏନେଇ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହାକୁ ନେଇ ବିବାଦ ବଢିବା ସହ କଂଗ୍ରେସ ଆଇଟି ବିଭାଗ ଥାନାରେ ଅଭିଯୋଗ କରିଛି । ତେବେ ପାୟଲଙ୍କ ଏହି ଟ୍ୱିଟ ସମସ୍ତ ସୀମା ଟପିଯାଇଛି । 

ପାୟଲ ନିଜ ଟ୍ୱିଟରରେ ଲେଖିଛନ୍ତି କି, ଉଭୟ ସନି ଏବଂ ପ୍ରିୟଙ୍କାଙ୍କ ବକ୍ସ ଅଫିସ ରେକର୍ଡ ଭଲ ରହିଛି । ଏ ଦୁହେଁ ଆପତିଜନକ କାହାଣୀରେ ହିଟରେ ଅଛନ୍ତି । ଦୁଇଜଣ ନିଜ ପତିଙ୍କୁ ପ୍ରମୋଟ କରିବେ । ସନି ନିଜ ସ୍ୱାମୀ ଡାନିଏଲ ଏବଂ ପ୍ରିୟଙ୍କା ରବର୍ଟ ଭଦ୍ରାଙ୍କୁ ପ୍ରମୋଟ କରିବେ  । ଏହା ସହ ଭାରତୀୟ ଗୋରା ଝିଅ ଭଲ ଲାଗନ୍ତି ବୋଲି ସେ ଟ୍ୱିଟରେ କହିଛନ୍ତି । 

ସେ ଆହୁରି ମଧ୍ୟ ଇନ୍ଦିରା ଗାନ୍ଧିଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି କି, ଇନ୍ଦିରା ପ୍ରଦାନମନ୍ତ୍ରୀ ହେବା ପାଇଁ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ଏପରି କି ସେ ନିଜ ପୁତ୍ର ସଂଜୟ ଗାନ୍ଧିଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ଇନ୍ଦିରାଙ୍କ ଭଳି ଆଉ ଜଣେ ଦରକାର ନାହିଁ ବୋଲି ସେ କହିଛନ୍ତି । ପରୋକ୍ଷରେ ସେ ଏହା ପ୍ରିୟଙ୍କାଙ୍କୁ କହିଛନ୍ତି । 

ତେବେ ଏହି ଟ୍ୱିଟ ପରେ ବିବାଦ ବୃଦ୍ଧି ପାଇଥିଲା । ପାୟଲଙ୍କ ଅନେକ ୟୁଜର ଭାଷାଜ୍ଞାନ ନେଇ ସମାଲୋଚନା କରିଥିଲେ ଏହା ପରେ ସେ ନିଜ ଟ୍ୱିଟ ଡିଲିଟ କରିଦେଇଥିଲେ  ।

  • Tags:

Subscribe

National International State Sports Entertainment