ରିଲିଜ ହୋଇଛି ମହାକାଶରେ ପ୍ରଥମ ଥର ପାଇଁ ସୁଟିଂ ହୋଇଥିବା ରୁଷିଆ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର। ୨୦୨୧ ଅକ୍ଟୋବର ରେ ୧୨ଦିନ ଧରି ମହାକାଶରେ ହୋଇଥିଲା ଫିଲ୍ମର ସୁଟିଂ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । ଆସନ୍ତା ଅପ୍ରେଲ ୨୩ ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି । ଏହି ଫିଚର ଫିଲ୍ମର ପ୍ରଥମ ଭାଗକୁ ୨୦୨୧ରେ ମହାକାଶରେ ୧୨ ଦିନ ଧରି ସ୍ପେସ ଷ୍ଟେସନରେ ସୁଟିଂ କରାଯାଇଥିଲା । ଏଥିପାଇଁ ଫିଲ୍ମର ସମସ୍ତ କଳାକାର ଓ ଟିମ୍ ମେମ୍ବରଙ୍କୁ କଡା ତାଲିମ ଦିଆଯାଇଥିଲା । ଅଲଗା ଅଲଗା ଦୃଶ୍ୟ ଅଭିନୟ କରିବା ପାଇଁ ମହାକାଶରେ ୧୨ ଦିନ ବିତାଇଥିଲେ ସମସ୍ତ କଳାକାର । ଜଣେ ମହିଳା ଡାକ୍ତରଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଚର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କ୍ଲିମ ସିପେଙ୍କୋ । ମହାକାଶରେ ଫସିଥିବା ମହାକାଶଚାରୀଙ୍କୁ ବଂଚାଇବାକୁ ଜଣେ ମହିଳା ଡାକ୍ତର ଦୁଃସାହାସିକ ମହାକାଶ ଯାତ୍ରା କାହାଣୀ ଏହି ଫିଲ୍ମରେ ରହିଛି । ରୁଷ ମହାକାଶ ଗବେଷଣା କେନ୍ଦ୍ର ରୋସ୍କୋସ୍ମୋସ୍ ଓ ଚ୍ୟାନେଲ ୱାନ ମିଳିତ ଭାବେ ଫିଲ୍ମ ‘ଦ ଚ୍ୟାଲେଞ୍ଜର’ ନିର୍ମାଣ କରିଛନ୍ତି । ମହାକାଶରେ ସୁଟିଂ ପରେ ‘ଦ ଚ୍ୟାଲେଞ୍ଜ’ ନୂଆ ଇତିହାସ ରଚିଛି ।